ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ସିବିଆଇକୁ ଅନୁମତି

ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମ‌ୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ତଦନ୍ତକାରୀ ସଂସ୍ଥା ସିବିଆଇକୁ ଅନୁମତି ମିଳିଛି। ଲାଲୁଙ୍କ ବିରୋଧରେ ମକଦ୍ଦମା ପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ଅନୁମତି ମିଳିଛି ବୋଲି ସିବିଆଇ ଦିଲ୍ଲୀ କୋର୍ଟଙ୍କୁ ଅବଗତ କରିଛି। ସିବିଆଇ ମଧ୍ୟ ଏହି ଅନୁମତିପତ୍ରକୁ ସ୍ବତନ୍ତ୍ର ବିଚାରପତିଙ୍କ ନିକଟରେ ଦାଖଲ କରିଛି। ସିବିଆଇ କୋର୍ଟଙ୍କୁ ଏହା ଅବଗତ […]

Samaya Live Picture
Published On

ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମ‌ୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ତଦନ୍ତକାରୀ ସଂସ୍ଥା ସିବିଆଇକୁ ଅନୁମତି ମିଳିଛି। ଲାଲୁଙ୍କ ବିରୋଧରେ ମକଦ୍ଦମା ପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ଅନୁମତି ମିଳିଛି ବୋଲି ସିବିଆଇ ଦିଲ୍ଲୀ କୋର୍ଟଙ୍କୁ ଅବଗତ କରିଛି। ସିବିଆଇ ମଧ୍ୟ ଏହି ଅନୁମତିପତ୍ରକୁ ସ୍ବତନ୍ତ୍ର ବିଚାରପତିଙ୍କ ନିକଟରେ ଦାଖଲ କରିଛି। ସିବିଆଇ କୋର୍ଟଙ୍କୁ ଏହା ଅବଗତ କରିଛି ଯେ ମାମଲାରେ ଆହୁରି ୩୦ ଅତିରିକ୍ତ ଅଭିଯୁକ୍ତ ଅଛନ୍ତି ଯେଉଁମାନଙ୍କ ବିରୋଧରେ ବିଚାରଣ ପାଇଁ ଏଯାବତ ଅନୁମତି ମିଳିନାହିଁ। ଆବଶ୍ୟକ ଦସ୍ତାବିଜ ସଂଗ୍ରହ କରିବାପାଇଁ ସିବିଆଇ କୋର୍ଟଙ୍କଠାରୁ ଅତିରିକ୍ତ ୧୫ ଦିନ ସମୟ ମାଗିଛି। ତେବେ ବାକି ଅଭିଯୁକ୍ତଙ୍କ ବିରୋଧ‌ରେ ବିଚାରଣ ପାଇଁ ଅନୁମତି ଗ୍ରହଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାପାଇଁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ‌ ଦେଇଛନ୍ତି ଏବଂ ଅକ୍ଟୋବର ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୦୪ରୁ ୨୦୦୯ ମଧ୍ୟରେ ଲାଲୁ ରେଳ ମନ୍ତ୍ରୀ ଥିବାବେଳେ ରେଳବାଇରେ ଚାକିରି ଦେବା ବଦଳରେ ଜମି ହଡ଼ପ କରିଥିଲେ ଏବଂ ଏକ ବଡ଼ ଧରଣର ଦୁର୍ନୀତି ସାମ୍ନାକୁ ଆସିଥିଲା।

Tags: