ଚାକିରି ପାଇଁ ଜମି ଦୁର୍ନୀତି ମାମଲା

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆର୍ଜେଡି (ରାଷ୍ଟ୍ରୀୟ ଜନତା ଦଳ) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ଅତି ଘନିଷ୍ଠ ତଥା ବ୍ୟବସାୟୀ ଅମିତ କତ୍ୟାଲଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ତଦନ୍ତ ପରିସର ଅନ୍ତର୍ଗତ ଇଡି ଅମିତ କତ୍ୟାଲଙ୍କୁ ଗିରଫ କରିଛି। ଇଡି ଅନୁଯାୟୀ ଅମିତ କତ୍ୟାଲଙ୍କ କମ୍ପାନି ଚାକିରି ପାଇଁ ଜମି ଦୁର୍ନୀତି ମାମଲା […]

Samaya Live Picture
Published On

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆର୍ଜେଡି (ରାଷ୍ଟ୍ରୀୟ ଜନତା ଦଳ) ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପରିବାରର ଅତି ଘନିଷ୍ଠ ତଥା ବ୍ୟବସାୟୀ ଅମିତ କତ୍ୟାଲଙ୍କୁ ଆଜି ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ଚାକିରି ପାଇଁ ଜମି ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ତଦନ୍ତ ପରିସର ଅନ୍ତର୍ଗତ ଇଡି ଅମିତ କତ୍ୟାଲଙ୍କୁ ଗିରଫ କରିଛି। ଇଡି ଅନୁଯାୟୀ ଅମିତ କତ୍ୟାଲଙ୍କ କମ୍ପାନି ଚାକିରି ପାଇଁ ଜମି ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସମ୍ପୃକ୍ତ। ଇଡି ପୂର୍ବରୁ ଏହି ମାମଲାରେ କତ୍ୟାଲଙ୍କୁ ଅନେକ ଥର ସମନ୍ କରିଥିଲା ଏବଂ ଅଧିକାରୀମାନେ କହିଛନ୍ତି, କତ୍ୟାଲ ୨ ମାସ ଧରି ଇଡି ସମନ୍କୁ ଏଡ଼ାଇ ଚାଲିଥିଲେ। ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚରେ କତ୍ୟାଲଙ୍କ କମ୍ପାନି ପରିସରରେ ଇଡି ଚଢ଼ଉ କରିଥିଲା।

Tags: