ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ଲାଲୁଙ୍କ ଜାମିନ ମଂଜୁର

ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପତ୍ନୀ ରାବଡ଼ି ଦେବୀ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଜାମିନ ମଂଜୁର ହୋଇଛି। ଦିଲ୍ଲୀର ରୋଜ୍‌ ଆଭେନ୍ୟୁ କୋର୍ଟ ଲାଲୁ, ରାବଡ଼ି ଏବଂ ତେଜସ୍ବୀଙ୍କ ଜାମିନ ମଂଜୁର କରିଛନ୍ତି। ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଲାଲୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏହି ଆଶ୍ବସ୍ତି ପ୍ରଦାନ […]

Samaya Live Picture
Published On

ନୂଆଦିଲ୍ଲୀ: ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି (ରାଷ୍ଟ୍ରୀୟ ଜନତା ଦଳ) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପତ୍ନୀ ରାବଡ଼ି ଦେବୀ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଜାମିନ ମଂଜୁର ହୋଇଛି। ଦିଲ୍ଲୀର ରୋଜ୍‌ ଆଭେନ୍ୟୁ କୋର୍ଟ ଲାଲୁ, ରାବଡ଼ି ଏବଂ ତେଜସ୍ବୀଙ୍କ ଜାମିନ ମଂଜୁର କରିଛନ୍ତି। ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ଲାଲୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏହି ଆଶ୍ବସ୍ତି ପ୍ରଦାନ କରିଛନ୍ତି। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୧୬ ତାରିଖକୁ ଧାର୍ଯ୍ୟ କରିଛନ୍ତି। ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଏକ ଚାର୍ଜସିଟ୍‌ କପି ଦେବାପାଇଁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଆର୍‌ଜେଡି ମୁଖ୍ୟ ଏବଂ ତାଙ୍କ ପତ୍ନୀ ରାବଡ଼ି ଦେବୀ ଓ ତେଜସ୍ବୀ ଯାଦବ ଦିଲ୍ଲୀର ରୋଜ୍‌ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ଉଲ୍ଲେଖଯୋଗ୍ୟ ‌ଯେ ଗତ ‌ସେପ୍ଟେମ୍ବର ୨୨ରେ ଦିଲ୍ଲୀ କୋର୍ଟ ତେଜସ୍ବୀ ଯାଦବ, ଲାଲୁ ଏବଂ ରାବଡ଼ି ଦେବୀଙ୍କୁ ସମନ୍‌ କରିଥିଲେ। ଆର୍‌ଜେଡି ରାଜ୍ୟସଭା ସାଂସଦ ମନୋଜ ଝା ଏବଂ ଆର୍‌ଜେଡି ସାଂସଦ ମିସା ଭାରତୀ ମଧ୍ୟ ଚାକିରି ପାଇଁ ଜମି ଦୁର୍ନୀତି ମାମଲାରେ ରୋଜ୍‌ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ।

Tags: