ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିବେ ଚୀନ୍ ବିଦେଶ ମନ୍ତ୍ରୀ
ବେଜିଂ: ଚୀନ୍ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିବେ। ଏସ୍ସିଓ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବାପାଇଁ ଚୀନର ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଚଳିତ ସପ୍ତାହରେ ଭାରତରେ ପହଞ୍ଚିବେ। ତେବେ ୨ ମାସ ମଧ୍ୟରେ ଚୀନ୍ ବିଦେଶ ମନ୍ତ୍ରୀ ଦ୍ବିତୀୟ ଥର ପାଇଁ ଭାରତ ଗସ୍ତ କରୁଛନ୍ତି। ଚୀନ୍ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଭାରତ ଗସ୍ତ କରି ଏସସିଓ ବୈଠକରେ ଯୋଗ ଦେବେ ବୋଲି ଚୀନ୍ ବିଦେଶ ମନ୍ତ୍ରାଳୟ […]
ବେଜିଂ: ଚୀନ୍ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିବେ। ଏସ୍ସିଓ ବିଦେଶ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବାପାଇଁ ଚୀନର ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଚଳିତ ସପ୍ତାହରେ ଭାରତରେ ପହଞ୍ଚିବେ। ତେବେ ୨ ମାସ ମଧ୍ୟରେ ଚୀନ୍ ବିଦେଶ ମନ୍ତ୍ରୀ ଦ୍ବିତୀୟ ଥର ପାଇଁ ଭାରତ ଗସ୍ତ କରୁଛନ୍ତି। ଚୀନ୍ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଭାରତ ଗସ୍ତ କରି ଏସସିଓ ବୈଠକରେ ଯୋଗ ଦେବେ ବୋଲି ଚୀନ୍ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ମାଓ ନିଙ୍ଗ ଆଜି ଘୋଷଣା କରିଛନ୍ତି। ମେ’ ୪ ଏବଂ ୫ ତାରିଖରେ ପାନାଜୀରେ ଏସ୍ସିଓ ବୈଠକ ହେବ। ଅନ୍ୟପକ୍ଷେ ଆସନ୍ତା ଜୁଲାଇ ୩ ଏବଂ ୪ ତାରିଖରେ ଦିଲ୍ଲୀରେ ଏସ୍ସିଓ ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ଜି ଜିନପିଙ୍ଗ ଏବଂ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗ ଦେବେ। ଏହି ବୈଠକ ଉପରେ ସାରା ବିଶ୍ବର ନଜର ରହିଛି।




