ଚଳିତ ମୌସୁମୀ ଋତୁରେ ୨୦୩୮ ଲୋକଙ୍କ ମୃତ୍ୟୁ ହେଲାଣି
ନୂଆଦିଲ୍ଲୀ: ଚଳିତ ମୌସୁମୀ ଋତୁରେ ୨,୦୩୮ ଲୋକଙ୍କର ମୃତ୍ୟୁ ହେଲାଣି। ବନ୍ୟା,ଭୂସ୍ଖଳନ ଏବଂ ବଜ୍ରପାତ ଯୋଗୁଁ ଏହି ମୃତ୍ୟୁ ହୋଇଛି। ବିହାରରେ ସର୍ବାଧିକ ୫୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହିମାଚଳପ୍ରଦେଶରେ ୩୩୦ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ପ୍ରସ୍ତୁତ ତଥ୍ୟ ଅନୁଯାୟୀ ଏପ୍ରିଲ ୧ରୁ ଅଗଷ୍ଟ ୧୭ ମଧ୍ୟରେ ବର୍ଷା, ଭୂସ୍ଖଳନ ଏବଂ ବଜ୍ରପାତ ଯୋଗୁଁ ୩୩୫ ଜିଲ୍ଲା ପ୍ରଭାବିତ ହୋଇଛି। ଏଥିମଧ୍ୟରୁ ୪୦ ଜିଲ୍ଲା ମଧ୍ୟପ୍ରଦେଶରେ ୩୦ ଜିଲ୍ଲା ଆସାମରେ ଏବଂ […]
ନୂଆଦିଲ୍ଲୀ: ଚଳିତ ମୌସୁମୀ ଋତୁରେ ୨,୦୩୮ ଲୋକଙ୍କର ମୃତ୍ୟୁ ହେଲାଣି। ବନ୍ୟା,ଭୂସ୍ଖଳନ ଏବଂ ବଜ୍ରପାତ ଯୋଗୁଁ ଏହି ମୃତ୍ୟୁ ହୋଇଛି। ବିହାରରେ ସର୍ବାଧିକ ୫୧୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହିମାଚଳପ୍ରଦେଶରେ ୩୩୦ ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ପ୍ରସ୍ତୁତ ତଥ୍ୟ ଅନୁଯାୟୀ ଏପ୍ରିଲ ୧ରୁ ଅଗଷ୍ଟ ୧୭ ମଧ୍ୟରେ ବର୍ଷା, ଭୂସ୍ଖଳନ ଏବଂ ବଜ୍ରପାତ ଯୋଗୁଁ ୩୩୫ ଜିଲ୍ଲା ପ୍ରଭାବିତ ହୋଇଛି। ଏଥିମଧ୍ୟରୁ ୪୦ ଜିଲ୍ଲା ମଧ୍ୟପ୍ରଦେଶରେ ୩୦ ଜିଲ୍ଲା ଆସାମରେ ଏବଂ ୨୭ ଜିଲ୍ଲା ଉତ୍ତରପ୍ରଦେଶରେ। ସେହିପରି ହିମାଚଳ ପ୍ରଦେଶର ୧୨ ଜିଲ୍ଲା ଏବଂ ଉତ୍ତରାଖଣ୍ଡର ୭ ଜିଲ୍ଲା ମଧ୍ୟ ମୌସୁମୀ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ପ୍ରଭାବିତ ହୋଇଛି। ୮୯୨ ଜଣ ବନ୍ୟା ଜଳରେ ବୁଡ଼ି ଯାଇଛନ୍ତି। ୫୦୬ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଥିବାବେଳେ ୧୮୬ ଜଣଙ୍କର ଭୂସ୍ଖଳନରେ ମୃତ୍ୟୁ ହୋଇଛି। ମୌସୁମୀ ଋତୁରେ ଅନ୍ୟାନ୍ୟ କାରଣ ପାଇଁ ମୋଟ୍ ୪୫୪ ଲୋକଙ୍କ ମୃତ୍ୟୁ ହୋଇଛି। ବିହାର ଏବଂ ହିମାଚଳପ୍ରଦେଶ ବାଦ୍ ଗୁଜରାଟରେ ବର୍ଷା, ବନ୍ୟା , ଭୂସ୍ଖଳନ ଏବଂ ବଜ୍ରପାତରେ ୧୬୫ ଜଣଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ୧୩୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ୧୦୭ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ସେହିପରି ଛତିଶଗଡ଼ରେ ୯୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଉତ୍ତରାଖଣ୍ଡରେ ୭୫ ଜଣଙ୍କ ମୃତ୍ୟୁ ହୋଇଛି। ଏପ୍ରିଲ ୧ରୁ ଅଗଷ୍ଟ ୧୭ ମଧ୍ୟରେ ବର୍ଷା ଏବଂ ବନ୍ୟା ଯୋଗୁଁ ୧୦୧ ଜଣ ନିଖୋଜ ଅଛନ୍ତି ଓ ୧୫୮୩ ଜଣ ଆହତ ହୋଇଛନ୍ତି।




