ଚଳିତ ଥର ୱାୟନାଡ଼ରେ ଜିତିବା ରାହୁଲଙ୍କ ପାଇଁ ସହଜ ହେବନି, ରାହୁଲଙ୍କ ବିରୋଧରେ ପ୍ରଚାରରେ ସାମିଲ ହେବେ ସ୍ମୃତି

ନୂଆଦିଲ୍ଲୀ :୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଉତ୍ତରପ୍ରଦେଶର ଆମେଥି ଆସନରେ ହରାଇଥିବା ବରିଷ୍ଠ ବିଜେପି ନେତ୍ରୀ ସ୍ମୃତି ଇରାନୀ ଏଥର ରାହୁଲଙ୍କ ବିରୋଧରେ କେରଳର ୱାୟନାଡ଼ରେ ନିର୍ବାଚନ ପ୍ରଚାରରେ ସାମିଲ ହେବେ। ରାହୁଲ ଗାନ୍ଧି ଚଳିତ ନିର୍ବାଚନାରେ ମଧ୍ୟ ୱାୟନାଡ଼ ଲୋକସଭା ଆସନରେ ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ବିଜେପି ଏବଂ ସ୍ମୃତି ଇରାନୀ ୱାୟନାଡ଼ ଆସନରେ ରାହୁଲ ଗାନ୍ଧିଙ୍କ ଉପରେ ଚାପ ପକାଇଛନ୍ତି। ଚଳିତ ନିର୍ବାଚନ ରାହୁଲଙ୍କ ପାଇଁ ଆଦୌ ସହଜ ହେବନାହିଁ। […]

Samaya Live Picture
Published On

ନୂଆଦିଲ୍ଲୀ :୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଉତ୍ତରପ୍ରଦେଶର ଆମେଥି ଆସନରେ ହରାଇଥିବା ବରିଷ୍ଠ ବିଜେପି ନେତ୍ରୀ ସ୍ମୃତି ଇରାନୀ ଏଥର ରାହୁଲଙ୍କ ବିରୋଧରେ କେରଳର ୱାୟନାଡ଼ରେ ନିର୍ବାଚନ ପ୍ରଚାରରେ ସାମିଲ ହେବେ। ରାହୁଲ ଗାନ୍ଧି ଚଳିତ ନିର୍ବାଚନାରେ ମଧ୍ୟ ୱାୟନାଡ଼ ଲୋକସଭା ଆସନରେ ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ବିଜେପି ଏବଂ ସ୍ମୃତି ଇରାନୀ ୱାୟନାଡ଼ ଆସନରେ ରାହୁଲ ଗାନ୍ଧିଙ୍କ ଉପରେ ଚାପ ପକାଇଛନ୍ତି। ଚଳିତ ନିର୍ବାଚନ ରାହୁଲଙ୍କ ପାଇଁ ଆଦୌ ସହଜ ହେବନାହିଁ। ରାହୁଲ ଗାନ୍ଧି ବୁଧବାର ୱାୟନାଡ଼ ଆସନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ୱାୟନାଡ଼ରେ ବିଜେପି କେ ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି। ଏଲଡିଏଫ ଆନ୍ନି ରାଜାଙ୍କୁ ୱାୟନାଡ଼ରେ ରାହୁଲଙ୍କ ବିରୋଧରେ ପ୍ରାର୍ଥୀ କରିଛି। ତେବେ ୩ ଥର ଲୋକସଭା ଏବଂ ୫ ଥର ବିଧାନସଭା ନିର୍ବାଚନ ହାରିଥିବା କେ ସୁରେନ୍ଦ୍ରନଙ୍କୁ ଚଳିତ ନିର୍ବାଚନରେ ସ୍ମୃତି ଇରାନୀ ସହଯୋଗ କରୁଛନ୍ତି। କେ ସୁରେନ୍ଦ୍ରନ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ମୁଁ ବହୁତ ଭାଗ୍ୟବାନ ଯେ ଆମେଥି ସାଂସଦ ସ୍ମୃତି ଇରାନୀ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ମୋ ସହ ରହିବେ । । ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୪ ତାରିଖ ଗୁରୁବାର ଦିନ କେ ସୁରେନ୍ଦ୍ରନ ପ୍ରାର୍ଥିପତ୍ର ଦାଖଲ କରିବେ। କେ ସୁରେନ୍ଦ୍ରନ ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ତାଙ୍କ ସହ ସ୍ମୃତି ଇରାନୀ ରହିବେ। ତେବେ ଆମେଥି ପରେ ସ୍ମୃତି ପୁଣି ୱାୟନାଡ଼ରେ ବି ରାହୁଲଙ୍କ ପଛରେ ପଡ଼ିଯାଇଛନ୍ତି ବୋଲି କୁହାଯାଉଛି।

Tags: