ଚଳନ୍ତା ଟ୍ରେନ୍‌ରେ ସହଯାତ୍ରୀଙ୍କ ଦେହରେ ନିଆଁ ଲଗାଇଦେଲା କେରଳ ଯୁବକ, ୩ ମୃତ

ତିରୁଅନନ୍ତପୁରମ: କେରଳର କୋଝିକୋଡ଼ ଜିଲ୍ଲାରେ ଏକ ଚଳନ୍ତା ଟ୍ରେନ୍‌ରେ ଅଭାବନୀୟ ଘଟଣା ଘଟିଛି। ଆଲାପ୍ପୁଝା-କନୁର ଏକଜିକ୍ୟୁଟିକ ଏକ୍ସପ୍ରେସ ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀର ଅନ୍ୟ ଜଣେ ସହଯାତ୍ରୀଙ୍କ ସହ ବଚସା ହେବାରୁ ସେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା। ଟ୍ରେନ୍‌ରେ ଥିବା ଅନ୍ୟ ଯାତ୍ରୀଙ୍କ ଦେହରେ ବି ନିଆଁ ଲାଗି ଯାଇଥିଲା। ଫଳରେ ଉକ୍ତ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୮ ଜଣ ଆହତ ହୋଇଛନ୍ତି। ରବିବାର ରାତି ପ୍ରାୟ ୧୦ଟା […]

Samaya Live Picture
Published On

ତିରୁଅନନ୍ତପୁରମ: କେରଳର କୋଝିକୋଡ଼ ଜିଲ୍ଲାରେ ଏକ ଚଳନ୍ତା ଟ୍ରେନ୍‌ରେ ଅଭାବନୀୟ ଘଟଣା ଘଟିଛି। ଆଲାପ୍ପୁଝା-କନୁର ଏକଜିକ୍ୟୁଟିକ ଏକ୍ସପ୍ରେସ ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀର ଅନ୍ୟ ଜଣେ ସହଯାତ୍ରୀଙ୍କ ସହ ବଚସା ହେବାରୁ ସେ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲା। ଟ୍ରେନ୍‌ରେ ଥିବା ଅନ୍ୟ ଯାତ୍ରୀଙ୍କ ଦେହରେ ବି ନିଆଁ ଲାଗି ଯାଇଥିଲା। ଫଳରେ ଉକ୍ତ ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୮ ଜଣ ଆହତ ହୋଇଛନ୍ତି। ରବିବାର ରାତି ପ୍ରାୟ ୧୦ଟା ସମୟରେ ଏଲାଥୁର ନିକଟରେ ଏକ୍ସପ୍ରେସ ଟ୍ରେନ୍‌ର ଡି-୧ କମ୍ପାର୍ଟ‌ମେଣ୍ଟରେ ଏହି ଘଟଣା ଘଟିଛି। ଇତି ମଧ୍ୟରେ ଏଲାଥୁର ନିକଟରୁ ୧୦୦ ମିଟର ଦୂରରେ ଥିବା ‌‌‌ରେଳ ଧାରଣା ନିକଟରେ ୩ ଜଣଙ୍କ ମୃତଦେହ ମିଳିଛି। ସମସ୍ତ ୩ ମୃତକ ଗୋଟିଏ ପରିବାରର । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନିଆଁ ଲାଗିବାପରେ ଉକ୍ତ ୩ ବ୍ୟକ୍ତି ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ। ଅନ୍ୟପକ୍ଷେ ଅଭିଯୁକ୍ତ ଖସି ପଳାଇବାରେ ସକ୍ଷମ ହୋଇଛି। ଟ୍ରେନ୍‌ରେ ଥିବା ଅନ୍ୟ ଯାତ୍ରୀମାନେ ଏମର୍ଜେନ୍ସି ଚେନ୍‌ ଟାଣି ଦେବାବେଳେ ସେ ଡେଇଁ ପଳାଇଥିଲା।

Tags: