ଚଳଚ୍ଚିତ୍ର ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ବିରୋଧରେ ମାମଲା

ଅମରାବତୀ: ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ରାମ‌ଗୋପାଳ ବର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟ ସେୟାର କରିଥିବାରୁ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଗତବର୍ଷ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ତାଙ୍କ ପୁଅ ତଥା ମନ୍ତ୍ରୀ ନାରା ଲୋକେଶ ଓ ବୋହୂ ବ୍ରାହ୍ମଣୀଙ୍କୁ ଆକ୍ଷେପ କରି ରାମଗୋପାଳ ବର୍ମା ସାମାଜିକ ଗଣମାଧ୍ୟମରେ ଏକ ପ୍ରତିକ୍ରିୟା ଦେଇଥିଲେ। ଏହି ପୋଷ୍ଟ ବିରୋଧରେ ମାଡିପାଡୁ ଥାନାରେ […]

Samaya Live Picture
Published On

ଅମରାବତୀ: ଜଣାଶୁଣା ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ପ୍ରଯୋଜକ ରାମ‌ଗୋପାଳ ବର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ବିରୋଧରେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ପୋଷ୍ଟ ସେୟାର କରିଥିବାରୁ ପୁଲିସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଗତବର୍ଷ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ତାଙ୍କ ପୁଅ ତଥା ମନ୍ତ୍ରୀ ନାରା ଲୋକେଶ ଓ ବୋହୂ ବ୍ରାହ୍ମଣୀଙ୍କୁ ଆକ୍ଷେପ କରି ରାମଗୋପାଳ ବର୍ମା ସାମାଜିକ ଗଣମାଧ୍ୟମରେ ଏକ ପ୍ରତିକ୍ରିୟା ଦେଇଥିଲେ। ଏହି ପୋଷ୍ଟ ବିରୋଧରେ ମାଡିପାଡୁ ଥାନାରେ ତେଲୁଗୁ ଦେଶମ ପାର୍ଟିର ମଣ୍ଡଳ ପରିଷଦ ସମ୍ପାଦକ ରାମଲିଙ୍ଗମ୍‌ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ପୁଲିସ ଆଇଟି ଆଇନ ଓ ବିଏନ୍‌ଏସ୍‌ର ବିଭିନ୍ନ ଧାରାରେ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ୨୦୦୯ରେ ତତ୍‌କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ରାଜଶେଖର ରେଡ୍ଡୀଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହାପରେ ତାଙ୍କ ପୁଅ ଜଗନମୋହନ ୱାଇଏସ୍‌ଆର୍‌ କଂଗ୍ରେସ ଦଳ ଗଠନ କରିଥିଲେ। ଏହି ଘଟଣାକୁ ନେଇ ରାମଗୋପାଳ ଗତବର୍ଷ ‘ବ୍ୟୁହମ୍‌’ ନାମକ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ଏହାର ପ୍ରଚାର କରିବାକୁ ଯାଇ ରାମଗୋପାଳ ଟିଡିପି ନେତା ଚନ୍ଦ୍ରବାବୁ ଓ ତାଙ୍କ ପରିବାର ଉପରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ।

Tags: