ଚର୍ଚ୍ଚାରେ ରାହୁଲଙ୍କ ଟ୍ରକ୍‌ ଯାତ୍ରା

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଗତକାଲି ରାତିରେ ଦିଲ୍ଲୀରୁ ଅମ୍ବାଲାକୁ ଟ୍ରକ୍‌ରେ ଯାତ୍ରା କରିଥିଲେ। ଏହି ସମୟରେ ଦିଲ୍ଲୀରୁ ଅମ୍ବାଲା ଯାଉଥିବା ଅନ୍ୟ ଟ୍ରକ ଡ୍ରାଇଭରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାହୁଲ ଗାନ୍ଧି ଡ୍ରାଇଭରଙ୍କ ପାଖ ସିଟ୍‌ରେ ବସି ପଛରୁ ଆସୁଥିବା ଟ୍ରକ୍‌ ଡ୍ରାଇଭରମାନଙ୍କୁ ହାତ ହଲାଉଥିବାର ଭିଡିଓ ଭାଇରାଲ୍‌ ହୋଇଛି। କଂଗ୍ରେସ ସୂଚନାନୁଯାୟୀ ରାହୁଲ ତାଙ୍କ ମା’ଙ୍କ ସହ କିଛି ସମୟ ଅତିବାହିତ କରିବାପାଇଁ ଶିମଲା ଯାଉଥିଲେ। ବାଟରେ ସେ ହରିୟାଣାର ସୋନିପତରେ ଏକ […]

Samaya Live Picture
Published On

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଗତକାଲି ରାତିରେ ଦିଲ୍ଲୀରୁ ଅମ୍ବାଲାକୁ ଟ୍ରକ୍‌ରେ ଯାତ୍ରା କରିଥିଲେ। ଏହି ସମୟରେ ଦିଲ୍ଲୀରୁ ଅମ୍ବାଲା ଯାଉଥିବା ଅନ୍ୟ ଟ୍ରକ ଡ୍ରାଇଭରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାହୁଲ ଗାନ୍ଧି ଡ୍ରାଇଭରଙ୍କ ପାଖ ସିଟ୍‌ରେ ବସି ପଛରୁ ଆସୁଥିବା ଟ୍ରକ୍‌ ଡ୍ରାଇଭରମାନଙ୍କୁ ହାତ ହଲାଉଥିବାର ଭିଡିଓ ଭାଇରାଲ୍‌ ହୋଇଛି। କଂଗ୍ରେସ ସୂଚନାନୁଯାୟୀ ରାହୁଲ ତାଙ୍କ ମା’ଙ୍କ ସହ କିଛି ସମୟ ଅତିବାହିତ କରିବାପାଇଁ ଶିମଲା ଯାଉଥିଲେ। ବାଟରେ ସେ ହରିୟାଣାର ସୋନିପତରେ ଏକ ଢାବା ନିକଟରେ ଟ୍ରକ୍‌ ଡ୍ରାଭଇରମାନଙ୍କୁ ଭେଟିଥିଲେ। ଏହି ସମୟରେ ସେ ଅମ୍ବାଲା ପର୍ଯ୍ୟନ୍ତ ଟ୍ରକ୍‌ରେ ଯାତ୍ରା କରିଥିଲେ। ରାହୁଲ ଗାନ୍ଧି ଟ୍ରକ ଡ୍ରାଇଭରମାନଙ୍କ ସମସ୍ୟା ସଂକ୍ରାନ୍ତରେ ସେମାନଙ୍କ ସହ କଥା ‌ହୋଇଥିଲେ। ରାହୁଲ ଗାନ୍ଧି ଟ୍ରକ୍‌ରେ ବସିଥିବା ଭିଡିଓ କଂଗ୍ରେସ ଏହାର ସୋସିଆଲ ମିଡିଆରେ ପୋଷ୍ଟ୍‌ କରିଛି।

Tags: