ଚର୍ଚ୍ଚରେ ଆତ୍ମଘାତୀ ବି‌ସ୍ଫୋରଣ, ୨୨ ମୃତ

ଦାମାସକସ: ସିରିୟା ରାଜଧାନୀ ଦାମାସକସର ଉପକଣ୍ଠରେ ଥିବା ଏକ ଚର୍ଚ୍ଚରେ ଆଜି ଏକ ବଡ଼ଧରଣର ଆତ୍ମଘାତୀ ‌ବି‌ସ୍ଫୋରଣ ହୋଇଛି। ଏଥିରେ ଅତିକମ୍‌ରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୨ ଜଣ ଆହତ ହୋଇଛନ୍ତି। ଚର୍ଚ୍ଚ ଭିତରେ ଲୋକମାନେ ପ୍ରାର୍ଥନା କରୁଥିବା ସମୟରେ ଏଭଳି ଅଘଟଣ ‌ଘଟିଛି। ସେଣ୍ଟ୍‌ ଇଲିଆସ୍‌ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ହୋଇଛି ବୋଲି ସିରିୟାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆଇଏସ୍‌ ଗ୍ରୁପ୍‌ର ଜଣେ ସଦସ୍ୟ ଏହି ଆକ୍ରମଣ କରିଛି ବୋଲି ସିରିୟାର ଆଭ୍ୟନ୍ତରୀଣ […]

ଚର୍ଚ୍ଚରେ ଆତ୍ମଘାତୀ ବି‌ସ୍ଫୋରଣ, ୨୨ ମୃତ
Samaya Live Picture
Published On

ଦାମାସକସ: ସିରିୟା ରାଜଧାନୀ ଦାମାସକସର ଉପକଣ୍ଠରେ ଥିବା ଏକ ଚର୍ଚ୍ଚରେ ଆଜି ଏକ ବଡ଼ଧରଣର ଆତ୍ମଘାତୀ ‌ବି‌ସ୍ଫୋରଣ ହୋଇଛି। ଏଥିରେ ଅତିକମ୍‌ରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୨ ଜଣ ଆହତ ହୋଇଛନ୍ତି। ଚର୍ଚ୍ଚ ଭିତରେ ଲୋକମାନେ ପ୍ରାର୍ଥନା କରୁଥିବା ସମୟରେ ଏଭଳି ଅଘଟଣ ‌ଘଟିଛି। ସେଣ୍ଟ୍‌ ଇଲିଆସ୍‌ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ ହୋଇଛି ବୋଲି ସିରିୟାର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଆଇଏସ୍‌ ଗ୍ରୁପ୍‌ର ଜଣେ ସଦସ୍ୟ ଏହି ଆକ୍ରମଣ କରିଛି ବୋଲି ସିରିୟାର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ କହିଛି। ଦାଏସ (ଆଇଏସ୍‌) ଆତାଙ୍କବାଦୀ ଗୋଷ୍ଠୀର ଆତ୍ମଘାତୀ ଆକ୍ରମଣକାରୀ ସେଣ୍ଟ୍‌ ଇଲିଆସ ଚର୍ଚ୍ଚ ମଧ୍ୟରେ ପ୍ରବେଶ କରିଥିଲା। ଗୁଳି ଚଳାଇବା ପରେ ନିଜକୁ ଆତ୍ମଘା‌ତୀ ବିସ୍ଫୋରଣରେ ଉଡ଼ାଇ ଦେଇଥିଲା। ଗୁଳିକାଣ୍ଡ ସମୟରେ ଲୋକମାନେ ସଂପୃକ୍ତ ବ୍ୟକ୍ତିକୁ ଅଟକାଇବାକୁ ଯିବାବେଳକୁ ସେ ନିଜକୁ ଉଡ଼ାଇ ଦେଇଥିଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

Tags: