ଚନ୍ଦ୍ର ଆଡ଼କୁ ନିକଟତର ହେଉଛି ଚନ୍ଦ୍ରଯାନ-୩
ବେଙ୍ଗାଲୁରୁ: ଗତ ଶନିବାର ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରକକ୍ଷରେ ପ୍ରବେଶ କରିଥିବା ବେଳେ ଏହା ଚନ୍ଦ୍ରର ଅଧିକ ନିକଟତର ହୋଇଛି। ଜୁଲାଇ ୧୪ରେ ଉତ୍କ୍ଷେପିତ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଗତକାଲି ରାତିରେ ଚନ୍ଦ୍ରଯାନର ଦ୍ବିତୀୟ ଲୁନାର ଅର୍ବିଟ ଇଞ୍ଜେକ୍ସନ (ଏଲ୍ଓଆଇ) ପ୍ରକ୍ରିୟା ସମାପ୍ତ ହୋଇଥିବା ଜଣାପଡ଼ିଛି। ଚନ୍ଦ୍ରକକ୍ଷରେ ପ୍ରବେଶ କରିଥିବା ଚନ୍ଦ୍ରଯାନ-୩ ବିଭିନ୍ନ ପର୍ଯ୍ୟାୟରେ କକ୍ଷ ପରିବର୍ତ୍ତନ କରିବାର ଥିବାରୁ ଏହା ଉପରେ ପୂରା ବିଶ୍ବର ନଜର […]
ବେଙ୍ଗାଲୁରୁ: ଗତ ଶନିବାର ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରକକ୍ଷରେ ପ୍ରବେଶ କରିଥିବା ବେଳେ ଏହା ଚନ୍ଦ୍ରର ଅଧିକ ନିକଟତର ହୋଇଛି। ଜୁଲାଇ ୧୪ରେ ଉତ୍କ୍ଷେପିତ ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରରେ ଅବତରଣ କରିବ ବୋଲି ଆଶା କରାଯାଉଛି। ଗତକାଲି ରାତିରେ ଚନ୍ଦ୍ରଯାନର ଦ୍ବିତୀୟ ଲୁନାର ଅର୍ବିଟ ଇଞ୍ଜେକ୍ସନ (ଏଲ୍ଓଆଇ) ପ୍ରକ୍ରିୟା ସମାପ୍ତ ହୋଇଥିବା ଜଣାପଡ଼ିଛି। ଚନ୍ଦ୍ରକକ୍ଷରେ ପ୍ରବେଶ କରିଥିବା ଚନ୍ଦ୍ରଯାନ-୩ ବିଭିନ୍ନ ପର୍ଯ୍ୟାୟରେ କକ୍ଷ ପରିବର୍ତ୍ତନ କରିବାର ଥିବାରୁ ଏହା ଉପରେ ପୂରା ବିଶ୍ବର ନଜର ରହିଛି । ଚନ୍ଦ୍ରଯାନ-୩ ଚନ୍ଦ୍ର ଚାରିପଟେ ୫-୬ ଥର ପରିକ୍ରମଣ କରିବ। ଧୀରେଧୀରେ ଏହା ୧୦୦ କିମି ବୃତ୍ତାକାର କକ୍ଷପଥରେ ଭ୍ରମଣ କରି ଚନ୍ଦ୍ରର ନିକଟତର ହେବାରେ ଲାଗିଛି । ପରବର୍ତ୍ତୀ ୧୦ ଦିନ ଭିତରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାର ଉପଯୁକ୍ତ ସ୍ଥାନ ନିରୂପଣ କରାଯିବ। ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୭ରେ ଏଥିରୁ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇ ନରମ ଅବତରଣ ପାଇଁ ଉଦ୍ୟମ କରିବ ବୋଲି ଆଶା କରାଯାଉଛି ।




