ଚନ୍ଦ୍ରଯାନ-୩ ସଫଳ ଅବତରଣ ପାଇଁ ଯଜ୍ଞ ଓ ନମାଜ ପାଠ
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାପାଇଁ ସମଗ୍ର ଦେଶ ଅପେକ୍ଷା କରି ରହିଛି। ଇତିମଧ୍ୟରେ ଦେଶରେ ବିଭିନ୍ନ ଅଂଶରେ ଲୋକମାନେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି। କିଛି ସ୍ଥାନରେ ଲୋକ ଯଜ୍ଞ କରିଛନ୍ତି ଏବଂ କିଛି ସ୍ଥାନରେ ନମାଜ ପାଠ କରିଛନ୍ତି। ଶିବସେନା (ୟୁବିଟି) ନେତା ଆନନ୍ଦ ଦୁବେ ମୁମ୍ବାଇର ଚନ୍ଦ୍ରମୌଲେଶ୍ବର ଶିବ ମନ୍ଦିରରେ ଯଜ୍ଞ କରିଛନ୍ତି। ଅନ୍ୟପକ୍ଷେ […]
ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା ୪ରେ ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଏହି ଐତିହାସିକ ମୁହୂର୍ତ୍ତକୁ ଦେଖିବାପାଇଁ ସମଗ୍ର ଦେଶ ଅପେକ୍ଷା କରି ରହିଛି। ଇତିମଧ୍ୟରେ ଦେଶରେ ବିଭିନ୍ନ ଅଂଶରେ ଲୋକମାନେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି। କିଛି ସ୍ଥାନରେ ଲୋକ ଯଜ୍ଞ କରିଛନ୍ତି ଏବଂ କିଛି ସ୍ଥାନରେ ନମାଜ ପାଠ କରିଛନ୍ତି। ଶିବସେନା (ୟୁବିଟି) ନେତା ଆନନ୍ଦ ଦୁବେ ମୁମ୍ବାଇର ଚନ୍ଦ୍ରମୌଲେଶ୍ବର ଶିବ ମନ୍ଦିରରେ ଯଜ୍ଞ କରିଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶର ଲକ୍ଷ୍ନୌରେ ମୁସଲିମମାନେ ଚନ୍ଦ୍ରଯାନ-୩ର ସଫଳତା କାମନା କରି ନମାଜ ପାଠ କରିଛନ୍ତି। ଉତ୍ତରପ୍ରଦେଶର ଆଗ୍ରା ଏବଂ ବାରଣାସୀରେ ମଧ୍ୟ ଲୋକମାନେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ଯଜ୍ଞ କରିଛନ୍ତି ଏବଂ କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା ହୋଇଛି। ବିଭିନ୍ନ ରାଜ୍ୟରେ ଲୋକମାନେ ଚନ୍ଦ୍ରଯାନ-୩ର ସଫଳତା ପାଇଁ ପୂଜାର୍ଚ୍ଚନା କରୁଛନ୍ତି।




