ଚନ୍ଦ୍ରଯାନ-୩ ସଫଳତାକୁ ଦୃଢ଼ ପ୍ରଶଂସା କଲେ ପାକିସ୍ତାନୀ ଟିଭି ଆଙ୍କର

ନୂଆଦିଲ୍ଲୀ: ଅଗଷ୍ଟ ୨୩ରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁରେ ସଫଳ ଅବତରଣ କରିବା ଘଟଣା ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ସାରା ବିଶ୍ବର ପ୍ରମୁଖ ଗଣମାଧ୍ୟମ ଇସ୍ରୋର ଏହି ସଫଳତାକୁ ପ୍ରଶଂସା କରିଛନ୍ତି ଓ ଭାରତକୁ ଏଥିପାଇଁ ବଧେଇ ଜଣାଇଛନ୍ତି। ଭାରତର ଚିରକାଳୀନ ବିରୋଧୀ ରାଷ୍ଟ୍ର ପାକିସ୍ତାନ ବି ଏଥିରେ ପଛରେ ନାହିଁ। ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ପାକିସ୍ତାନରୁ ଭାରତକୁ କିଭଳି ବିପୁଳ ପ୍ରଶଂସା ମିଳିଛି ତାହା ଏହି ଭିଡିଓରେ […]

Samaya Live Picture
Published On

ନୂଆଦିଲ୍ଲୀ: ଅଗଷ୍ଟ ୨୩ରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣମେରୁରେ ସଫଳ ଅବତରଣ କରିବା ଘଟଣା ସାରା ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି। ସାରା ବିଶ୍ବର ପ୍ରମୁଖ ଗଣମାଧ୍ୟମ ଇସ୍ରୋର ଏହି ସଫଳତାକୁ ପ୍ରଶଂସା କରିଛନ୍ତି ଓ ଭାରତକୁ ଏଥିପାଇଁ ବଧେଇ ଜଣାଇଛନ୍ତି। ଭାରତର ଚିରକାଳୀନ ବିରୋଧୀ ରାଷ୍ଟ୍ର ପାକିସ୍ତାନ ବି ଏଥିରେ ପଛରେ ନାହିଁ। ଏନେଇ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ପାକିସ୍ତାନରୁ ଭାରତକୁ କିଭଳି ବିପୁଳ ପ୍ରଶଂସା ମିଳିଛି ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। ହୁମା ଆମିର ଶାହ ଓ ଅବଦୁଲ୍ଲା ସୁଲତାନ ନାମକ ପାକିସ୍ତାନର ଦୁଇଜଣ ନ୍ୟୁଜ୍ ଆଙ୍କର ଭାରତର ସଫଳତାକୁ ପ୍ରଶଂସା କରିଛନ୍ତି। ଶାହ କହିଛନ୍ତି- ଭାରତ ଚାନ୍ଦ ପେ ପହୁଁଚ ଗୟା, ହମ୍ ବିଚ୍ ମେଁ ହି ଫସେଁ ହୁଏ ହେଁ। ଅପନେ ହି ଲଡ଼ାଇୟୋଁ ମେ ପଡ଼େ ହୁଏ ହେଁ। ଆମେ ଆମର ଦିଗ୍‌ବଳୟକୁ ବ୍ୟାପ୍ତ କରିବା ଉଚିତ। ଚନ୍ଦ୍ରଯାନ-୩ର ସଫଳତରେ ସେ ଅତ୍ୟନ୍ତ ଖୁସି ବୋଲି କହିଥିଲେ।

Tags: