ଚନ୍ଦ୍ରଯାନ-୩ ‘ଲଞ୍ଚ ରିହର୍ସାଲ’ ଶେଷ, ୧୪ରେ ଉତ୍କ୍ଷେପଣ
ଶ୍ରୀହରିକୋଟା: ଚନ୍ଦ୍ରଯାନ-୩ ମିସନ ପାଇଁ ସମଗ୍ର ଉତ୍କ୍ଷେପଣ ପ୍ରସ୍ତୁତି ଏବଂ ପ୍ରକ୍ରିୟାକୁ ଅନୁସରଣ କରି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଏକ ୨୪ ଘଣ୍ଟିଆ ‘ଲଞ୍ଚ୍ ରିହର୍ସାଲ’ କରିଛି। ଚନ୍ଦ୍ରଯାନ-୩ ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଏକ ଲଞ୍ଚ୍ ଭେଇକିଲ ମାର୍କ ୩ (ଏଲ୍ଭିଏମ୍୩) ଦ୍ବାରା ଉତକ୍ଷେପଣ ହେବାର ଯୋଜନା ରହିଛି। ୨୪ ଘଣ୍ଟା ଧରି ଚାଲିଥିବା ‘ଲଞ୍ଚ ରିହର୍ସାଲ୍’ ଶେଷ ହୋଇଛି ବୋଲି ଇସ୍ରୋ ମଙ୍ଗଳବାର […]
ଶ୍ରୀହରିକୋଟା: ଚନ୍ଦ୍ରଯାନ-୩ ମିସନ ପାଇଁ ସମଗ୍ର ଉତ୍କ୍ଷେପଣ ପ୍ରସ୍ତୁତି ଏବଂ ପ୍ରକ୍ରିୟାକୁ ଅନୁସରଣ କରି ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଏକ ୨୪ ଘଣ୍ଟିଆ ‘ଲଞ୍ଚ୍ ରିହର୍ସାଲ’ କରିଛି। ଚନ୍ଦ୍ରଯାନ-୩ ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଏକ ଲଞ୍ଚ୍ ଭେଇକିଲ ମାର୍କ ୩ (ଏଲ୍ଭିଏମ୍୩) ଦ୍ବାରା ଉତକ୍ଷେପଣ ହେବାର ଯୋଜନା ରହିଛି। ୨୪ ଘଣ୍ଟା ଧରି ଚାଲିଥିବା ‘ଲଞ୍ଚ ରିହର୍ସାଲ୍’ ଶେଷ ହୋଇଛି ବୋଲି ଇସ୍ରୋ ମଙ୍ଗଳବାର ଟ୍ୱିଟ୍ କରିଛି। ଭାରତର ତୃତୀୟ ଚନ୍ଦ୍ର ଅନୁସନ୍ଧାନ ମିସନ ଚନ୍ଦ୍ରଯାନ-୩ ଏଲ୍ଭିଏମ୍୩ ଲଞ୍ଚରର ଚତୁର୍ଥ କାର୍ଯ୍ୟକ୍ଷମ ମିସନ (ଏମ୍୪)ରେ ଉତ୍କ୍ଷେପଣ ପାଇଁ ପ୍ରସ୍ତୁତ ହୋଇଛି। ଏହା ଚନ୍ଦ୍ରଯାନ-୨ର ଏକ ଫଲୋଅପ୍ ମିସନ ଯାହା ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ କରି ଭ୍ରମଣ କରିବାର ସମସ୍ତ କ୍ଷମତା ପ୍ରଦର୍ଶନ କରିବ। ସଫ୍ଟୱେର୍ ତ୍ରୁଟି କାରଣରୁ ସେପ୍ଟେମ୍ବର ୨୦୧୯ରେ ଚନ୍ଦ୍ରଯାନ-୨ କ୍ରାସ୍-ଲ୍ୟାଣ୍ଡିଂ କରିଥିଲା। ଇସ୍ରୋ କହିଛି ଯେ, ରୋଭର ସଫଳତାର ସହିତ ଚନ୍ଦ୍ରରେ ଅବତରଣ କରିବାକୁ ସୁନିଶ୍ଚିତ କରିବାକୁ ଏହା ପୂର୍ବ ବିଫଳତାରୁ ଶିକ୍ଷା କରି ଏକ ତ୍ରୁଟି-ରହିତ ଡିଜାଇନ କରାଯାଇଛି।




