ଚନ୍ଦ୍ରଯାନ-୩ର ସଫଳ ଅବତରଣ, ବିଶ୍ବର ପ୍ରଥମ ରାଷ୍ଟ୍ର ଭାବେ ଦକ୍ଷିଣ ମେରୁରେ ସଫଳ ଲ୍ୟାଣ୍ଡିଂ କଲା

ନୂଆଦିଲ୍ଲୀ: ଭାରତ ଆଜି ଇତିହାସ ରଚିଛି। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରି ଗୌରବ ଆଣିଛି। ସମଗ୍ର ବିଶ୍ବ ଭାରତର ଏହି ସଫଳତାକୁ ସ୍ବାଗତ କରିଛି ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ଶିଖର ଛୁଇଁଛି। ଆଜି ସନ୍ଧ୍ୟା ୬ଟା ୪ ମିନିଟ୍ରେ ବିକ୍ରମ ଲ୍ୟାଣ୍ଡର ରୋଭର୍ ସହିତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ସହ ଦକ୍ଷିଣ ମେରୁରେ ସଫଳ ଅବତରଣ କରିବାରେ ବିଶ୍ବର ପ୍ରଥମ ରାଷ୍ଟ୍ର ପାଲଟିଛି। ଅବତରଣ ପରେ ଅନ୍ଧକାରାଛନ୍ନ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତ ଆଜି ଇତିହାସ ରଚିଛି। ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସୂକ୍ଷ୍ମ ଅବତରଣ କରି ଗୌରବ ଆଣିଛି। ସମଗ୍ର ବିଶ୍ବ ଭାରତର ଏହି ସଫଳତାକୁ ସ୍ବାଗତ କରିଛି ଏବଂ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସଫଳତାର ଶିଖର ଛୁଇଁଛି। ଆଜି ସନ୍ଧ୍ୟା ୬ଟା ୪ ମିନିଟ୍ରେ ବିକ୍ରମ ଲ୍ୟାଣ୍ଡର ରୋଭର୍ ସହିତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବା ସହ ଦକ୍ଷିଣ ମେରୁରେ ସଫଳ ଅବତରଣ କରିବାରେ ବିଶ୍ବର ପ୍ରଥମ ରାଷ୍ଟ୍ର ପାଲଟିଛି। ଅବତରଣ ପରେ ଅନ୍ଧକାରାଛନ୍ନ ଦକ୍ଷିଣ ମେରୁ ଚନ୍ଦ୍ରଯାନର ଆଲୋକରେ ଆଲୋକିତ ହୋଇଉଠିଛି । ଭାରତ ଆଜି ଚନ୍ଦ୍ରରେ ନିଜ ଯାନ ଅବତରଣ କରାଇବାରେ ବିଶ୍ବର ଚତୁର୍ଥ ରାଷ୍ଟ୍ର ମାନ୍ୟତା ହାସଲ କରିଛି। ଏହା ପୂର୍ବରୁ ରୁଷ୍, ଆମେରିକା ଏବଂ ଚୀନ୍ ଚନ୍ଦ୍ରରେ ମହାକାଶ ଯାନ ଅବତରଣ କରିବାରେ ସଫଳ ହୋଇଛନ୍ତି। ଚନ୍ଦ୍ରରେ ସୂକ୍ଷ୍ମ ଅବତରଣ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ଥିଲା ଏବଂ ନିକଟରେ ରୁଷ୍ର ମହକାଶଯାନ ଲୁନା-୨୫ ଏଥିରେ ବିଫଳ ହୋଇ ଦୁର୍ଘଟଣାର ଶିକାର ହୋଇଥିଲା। ଆଜି ଚନ୍ଦ୍ରଯାନ ୩ର ସଫଳ ଅବତରଣ ମାତ୍ରେ ଇସ୍ରୋର କମାଣ୍ଡ୍ ସେଣ୍ଟର ତାଳିମାଡ଼ରେ କମ୍ପି ଉଠିଥିଲା ଏବଂ ସମଗ୍ର ଦେଶରେ ଖୁସିର ଲହରି ଖେଳିଯାଇଥିଲା। ଅବତରଣ ପୂର୍ବରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ୧୭ ମିନିଟ୍ ସମସ୍ତଙ୍କ ହୃଦ୍ସ୍ପନ୍ଦନ ବଢ଼ାଇ ଦେଇଥିଲା । ତେବେ ସବୁକିଛି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲିଥିଲା ଏବଂ ଚନ୍ଦ୍ରରେ ସଫଳ ଅବତରଣ ସହ ଭାରତ ନୂଆ ଇତିହାସ ରଚିବାକୁ ସକ୍ଷମ ହେଲା। ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ସର୍ବତ୍ର ବନ୍ଦେ ମାତରମ ଏବଂ ଭାରତ ମାତା କୀ ଜୟ ସ୍ଲୋଗାନରେ କମ୍ପିଲା। ୬ଟା ୪ ମିନିଟ୍ରେ ସଫଳ ଅବତରଣ ପରେ ଇସ୍ରୋ ଦେଶବାସୀଙ୍କୁ ମିସନ ସଫଳତାର ଅଭିନନ୍ଦନ ଜଣାଇଥିଲା। ଇସ୍ରୋ ପକ୍ଷରୁ ଏକ୍ସ(ଟ୍ବିଟ୍ର)ରେ କୁହାଯାଇଥିଲା ‘ଚନ୍ଦ୍ରଯାନ-୩ ମିସନ: ଭାରତ, ମୁଁ ସଫଳତାର ସହ ଲକ୍ଷ୍ୟସ୍ଥଳରେ ପହଞ୍ଚିଛି ଏବଂ ଆପଣ ମଧ୍ୟ! ଅଭିନନ୍ଦନ ଭାରତ!’। ଏହି ଐତିହାସିକ ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ସନ୍ଧ୍ୟା ୫ଟା ୨୦ରୁ ଆରମ୍ଭ ହୋଇଥିଲା ଏବଂ ଚନ୍ଦ୍ରରେ ଅବତରଣ ସହିତ ଏହାର ପ୍ରରିସମାପ୍ତି ହୋଇଥିଲା। ଅବତରଣର ପ୍ରତ୍ୟେକଟି ସଫଳ ପର୍ଯ୍ୟାୟ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଆତ୍ମବିଶ୍ବାସ ଭରିଦେଉଥିଲା ଏବଂ ଚନ୍ଦ୍ରଯାନ ଚନ୍ଦ୍ରରେ ପାଦ ଥାପିବା ପରେ କମାଣ୍ଡ୍ ସେଣ୍ଟରରେ ଉତ୍ସବ ଆରମ୍ଭ ହୋଇଯାଇଥିଲା। ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଏହି ସିଧାପ୍ରସାରଣରେ ଯୋଡ଼ି ହୋଇଥିଲେ ଏବଂ ଇସ୍ରୋ ବୈଜ୍ଞାନିକ ଓ ଦେଶବାସୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏହା ନୂଆ ଭାରତର ନୂଆ ଉଡ଼ାଣ। ଚନ୍ଦ୍ରରେ ସଫଳ ଅବତରଣ ସହ ଭାରତ ନୂଆ ଇତିହାସ ଲେଖିଛି ଏବଂ ଏହା ନୂଆ ଭାରତର ସୂର୍ଯୋଦୟ। ମୋଦୀ ଆଜି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥଙ୍କ ସହ ଫୋନ୍ରେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଖୁବ୍ଶୀଘ୍ର ସେମାନଙ୍କୁ ଭେଟିବାପାଇଁ ବେଙ୍ଗାଲୁରୁ ଆସିବେ ବୋଲି କହିଛନ୍ତି।

Tags: