ଚନ୍ଦ୍ରଯାନ-୨ର ବିଫଳତା ହିଁ ଚନ୍ଦ୍ରଯାନ-୩ ସଫଳତା ପାଇଁ ବାଟ ଦେଖାଇଲା
ନୂଆଦିଲ୍ଲୀ: ଭାରତ ଆଜି ଇତିହାସ ରଚିଛି। ପ୍ରଥମ ରାଷ୍ଟ୍ର ଭାବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ପହଞ୍ଚିବାରେ ସଫଳ ହୋଇଛି ଏବଂ ଚତୁର୍ଥ ରାଷ୍ଟ୍ର ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଛି। ଚନ୍ଦ୍ରଯାନ-୨ର ବିଫଳତା ହିଁ ଚନ୍ଦ୍ରଯାନ-୩ ସଫଳତା ପାଇଁ ବାଟ ଦେଖାଇଛି। ଚନ୍ଦ୍ରଯାନ-୨ ବିଫଳତାରୁ ଶିକ୍ଷା ଗ୍ରହଣ କରି ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ୪ ବର୍ଷ କାଳ ଅଧ୍ୟୟନ ଏବଂ ଅନୁଧ୍ୟାନ କରିବାପରେ ଚନ୍ଦ୍ରଯାନ-୩ର ଉତ୍କ୍ଷେପଣ କରାଯାଇଥିଲା ଏବଂ ଚନ୍ଦ୍ରଯାନ ୩ ଆଜି […]
ନୂଆଦିଲ୍ଲୀ: ଭାରତ ଆଜି ଇତିହାସ ରଚିଛି। ପ୍ରଥମ ରାଷ୍ଟ୍ର ଭାବେ ଭାରତ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ପହଞ୍ଚିବାରେ ସଫଳ ହୋଇଛି ଏବଂ ଚତୁର୍ଥ ରାଷ୍ଟ୍ର ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିପାରିଛି। ଚନ୍ଦ୍ରଯାନ-୨ର ବିଫଳତା ହିଁ ଚନ୍ଦ୍ରଯାନ-୩ ସଫଳତା ପାଇଁ ବାଟ ଦେଖାଇଛି। ଚନ୍ଦ୍ରଯାନ-୨ ବିଫଳତାରୁ ଶିକ୍ଷା ଗ୍ରହଣ କରି ଇସ୍ରୋ (ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ) ୪ ବର୍ଷ କାଳ ଅଧ୍ୟୟନ ଏବଂ ଅନୁଧ୍ୟାନ କରିବାପରେ ଚନ୍ଦ୍ରଯାନ-୩ର ଉତ୍କ୍ଷେପଣ କରାଯାଇଥିଲା ଏବଂ ଚନ୍ଦ୍ରଯାନ ୩ ଆଜି ସଫଳ ହୋଇଛି। ତେବେ ଚନ୍ଦ୍ରଯାନ-୩ରେ କିଛି ବିଶେଷ ପରିବର୍ତ୍ତନ କରାଯାଇଥିଲା। ଲାଣ୍ଡର ବିକ୍ରମରେ କିଛି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରାଯାଇଥିଲା। ଏହି ପରିବର୍ତ୍ତନ ଗୁଡ଼ିକ ହେଉଛି-
ଲ୍ୟାଣ୍ଡର୍କୁ ଅଧିକ ସୁଦୃଢ଼ କରାଗଲା : ଲ୍ୟାଣ୍ଡର ବିକ୍ରମର ଗୋଡ଼ ଅଧିକ ଶକ୍ତ କରାଗଲା। ଲାଣ୍ଡର କ୍ରାସ୍ ଏବଂ ଭାଙ୍ଗିବାର ଭୟକୁ ଏଡ଼ାଇବାପାଇଁ ବିକ୍ରମର ଗୋଡ଼ ଅଧିକ ଶକ୍ତ କରାଯାଇଥିଲା। ଏହାଦ୍ବାର ପରିସ୍ଥିତି ଅନୁକୂଳ ନଥିଲେ ବି ଲ୍ୟାଣ୍ଡର ଏହାର କାମ କରିପାରିବ ଏବଂ ଆଜି ସଫଳ ଲ୍ୟାଣ୍ଡିଂ ପଛରେ ଏହା ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛି।
ଅଧିକ ଜାଳେଣି ଏବଂ ନୂଆ ସେନ୍ସର : ଦ୍ବିତୀୟ ପରିବର୍ତ୍ତନ ହେଉଛି ବିକ୍ରମରେ ଅଧିକ ଜାଳେଣି ବ୍ୟବସ୍ଥା କରାଯାଇଛି। ଏହାଦ୍ବାରା ବିକ୍ରମ ଯେକୌଣସି ପ୍ରକାର ସମସ୍ୟାର ମୁକାବିଲା କରିପାରିବ । ତୃତୀୟରେ ଏକ ନୂଆ ସେନସର ‘ଲେଜର ଡପଲର ଭେଲୋସିଟି ମିଟର’ ଯୋଡ଼ାଯାଇଛି।
ସଫ୍ଟୱେୟାର : ଇଂଜିନ ଏବଂ ସେନ୍ସର ବିଫଳତା ପରି ବିଭିନ୍ନ ଜଟିଳ ସ୍ଥିତିର ମୁକାବିଲା ପାଇଁ ଇସ୍ରୋ ସଫ୍ଟୱେୟାରରେ ପରିବର୍ତ୍ତନ ଆଣିଛି ଏବଂ ସଫ୍ଟୱେୟାର ବିକାଶ କରିଛି। ଲ୍ୟାଣ୍ଡରରୁ ସେଣ୍ଟ୍ରାଲ ଇଂଜିନ କାଢ଼ି ଦିଆଯାଇଛି।
ସୋଲାର ପ୍ୟାନେଲ ଏବଂ ଆଣ୍ଟିନା : ବିକ୍ରମକୁ ଅଧିକ ଶକ୍ତି ଯୋଗାଇବାପାଇଁ ସୋଲାର ପ୍ୟାନେଲ୍ ବ୍ୟବସ୍ଥା କରାଯାଇଛି। ବିକ୍ରମ ଯେକୌଣସି ସ୍ଥିତିରେ ଅବତରଣ କଲେ ବି ଶକ୍ତି ସୃଷ୍ଟି କରିପାରିବ। ଏଥିରେ ମଧ୍ୟ ଅତିରିକ୍ତ ଟିଟିସି (ଟ୍ରାକିଂ, ଟେଲିମେଟ୍ରି ଏବଂ କମାଣ୍ଡ ) ଆଣ୍ଟିନା ରହିଛି।
ଅଧିକ ଟେଷ୍ଟିଂ : ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଟେଷ୍ଟିଂ। ଗତ ୨ ବର୍ଷ କେବଳ ଟେଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଇଛି। ଚନ୍ଦ୍ରଯାନ-୨ ସମୟରେ ଯେତିତି ଟେଷ୍ଟିଂ କରାଯାଇନଥିଲା ଚନ୍ଦ୍ରଯାନ-୩ରେ ତା’ଠାରୁ ଅଧିକ ଟେଷ୍ଟିଂ କରାଯାଇଛି ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି।




