ଚନ୍ଦ୍ରପୃଷ୍ଠରୁ ରୋଭର ପ୍ରଜ୍ଞାର ନୂଆ ଭିଡିଓ ଜାରିକଲା ଇସ୍ରୋ
ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ପାର୍ଶ୍ବରେ ଅବତରଣ କରି ଚନ୍ଦ୍ରଯାନ ୩ ଇତିହାସ ସୃଷ୍ଟି କରିଥିବା ବେଳେ ଏହାର ରୋଭର୍ ପ୍ରଜ୍ଞା ଏବେ ଚନ୍ଦ୍ରରେ ବୁଲି ତଥ୍ୟ ସଂଗ୍ରହ paradormirmejor.org କରୁଛି। ପ୍ରଜ୍ଞା ଚନ୍ଦ୍ରରେ ଲୁଚିଥିବା ରହସ୍ୟ ବିଶ୍ବ ସମ୍ମୁଖକୁ ଆଣିବା କାମରେ ନିୟୋଜିତ ରହିଛି। ୨୬ କିଲୋଗ୍ରାମ ଓଜନର ଏହି ରୋଭର୍ ପ୍ରାୟ ୫ ଶହ ମିଟର (୧୬୦୦ ଫୁଟ) ପର୍ଯ୍ୟନ୍ତ ହିଁ ଯାଇପାରିବ। ଗତକାଲି ଏହା ଲ୍ୟାଣ୍ଡରଠାରୁ ୮ ମିଟର ପର୍ଯ୍ୟନ୍ତ ଯାଇଥିଲା। ଏହାର ଗତି […]
ନୂଆଦିଲ୍ଲୀ: ଚନ୍ଦ୍ରର ଦକ୍ଷିଣ ପାର୍ଶ୍ବରେ ଅବତରଣ କରି ଚନ୍ଦ୍ରଯାନ ୩ ଇତିହାସ ସୃଷ୍ଟି କରିଥିବା ବେଳେ ଏହାର ରୋଭର୍ ପ୍ରଜ୍ଞା ଏବେ ଚନ୍ଦ୍ରରେ ବୁଲି ତଥ୍ୟ ସଂଗ୍ରହ paradormirmejor.org କରୁଛି। ପ୍ରଜ୍ଞା ଚନ୍ଦ୍ରରେ ଲୁଚିଥିବା ରହସ୍ୟ ବିଶ୍ବ ସମ୍ମୁଖକୁ ଆଣିବା କାମରେ ନିୟୋଜିତ ରହିଛି। ୨୬ କିଲୋଗ୍ରାମ ଓଜନର ଏହି ରୋଭର୍ ପ୍ରାୟ ୫ ଶହ ମିଟର (୧୬୦୦ ଫୁଟ) ପର୍ଯ୍ୟନ୍ତ ହିଁ ଯାଇପାରିବ। ଗତକାଲି ଏହା ଲ୍ୟାଣ୍ଡରଠାରୁ ୮ ମିଟର ପର୍ଯ୍ୟନ୍ତ ଯାଇଥିଲା। ଏହାର ଗତି ସେକେଣ୍ଡ ପ୍ରତି ୧ ସେଣ୍ଟିମିଟର ରହିଛି। ଆଗାମୀ ୧୩ ଦିନ ପର୍ଯ୍ୟନ୍ତ ଏହା କାମ କରିବାକୁ ସକ୍ଷମ ହେବ ବୋଲି ଆଶା କରାଯାଉଛି । ଲ୍ୟାଣ୍ଡର୍ର ଅନ୍ୟ ୩ଟି ପେଲୋଡ ଇଲ୍ସା, ରମ୍ଭା ଏବଂ ଚାଷ୍ଟେକୁ ମଧ୍ୟ ସକ୍ରିୟ କରାଯାଇଛି। ରୋଭର୍ ଏବେ ଚନ୍ଦ୍ରରେ ପାଣି ସମେତ ବିଭିନ୍ନ ଖଣିଜତତ୍ତ୍ବର ସନ୍ଧାନ କରୁଛି।




