ଚନ୍ଦ୍ରକୁ ଯିବେ ପ୍ରଥମ ମହିଳା, କୃଷ୍ଣକାୟ ମହାକାଶଚାରୀ
ନୂଆଦିଲ୍ଲୀ : ଆମେରିକାର ମହାକାଶ ଗବେଷଣା ସଂସ୍ଥାନ ନାସା ପକ୍ଷରୁ ଚନ୍ଦ୍ର ମିସନ ଘୋଷଣା କରାଯାଇଛି। ୫୦ ବର୍ଷର ବ୍ୟବଧାନ ପରେ ମହାକାଶଚାରୀ ଚନ୍ଦ୍ରକୁ ଯିବେ। ଜଣେ ମହିଳା ଏବଂ ଜଣେ କୃଷ୍ଣକାୟ ବ୍ୟକ୍ତି ପ୍ରଥମ ଥର ପାଇଁ ଏହି ଯାତ୍ରାରେ ଯିବେ। ୨୦୨୪ ଶେଷଆଡ଼କୁ ଏହି ମିସନ ଆରମ୍ଭ ହେବ। ଚନ୍ଦ୍ରକୁ ଯିବାକୁ ଥିବା ମହିଳା ମହାକାଶଚାରୀ ହେଉଛନ୍ତି ଖ୍ରୀଷ୍ଟ୍ରିଆନ କୋଚ୍। ତାଙ୍କ ବୟସ ୪୪। ସେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିଅର। ପ୍ରଥମ କୃଷ୍ଣକାୟ ମହାକାଶଚାରୀ […]
ନୂଆଦିଲ୍ଲୀ : ଆମେରିକାର ମହାକାଶ ଗବେଷଣା ସଂସ୍ଥାନ ନାସା ପକ୍ଷରୁ ଚନ୍ଦ୍ର ମିସନ ଘୋଷଣା କରାଯାଇଛି। ୫୦ ବର୍ଷର ବ୍ୟବଧାନ ପରେ ମହାକାଶଚାରୀ ଚନ୍ଦ୍ରକୁ ଯିବେ। ଜଣେ ମହିଳା ଏବଂ ଜଣେ କୃଷ୍ଣକାୟ ବ୍ୟକ୍ତି ପ୍ରଥମ ଥର ପାଇଁ ଏହି ଯାତ୍ରାରେ ଯିବେ। ୨୦୨୪ ଶେଷଆଡ଼କୁ ଏହି ମିସନ ଆରମ୍ଭ ହେବ। ଚନ୍ଦ୍ରକୁ ଯିବାକୁ ଥିବା ମହିଳା ମହାକାଶଚାରୀ ହେଉଛନ୍ତି ଖ୍ରୀଷ୍ଟ୍ରିଆନ କୋଚ୍। ତାଙ୍କ ବୟସ ୪୪। ସେ ଜଣେ ଇଲେକ୍ଟ୍ରିକାଲ ଇଞ୍ଜିନିଅର। ପ୍ରଥମ କୃଷ୍ଣକାୟ ମହାକାଶଚାରୀ ହେଉଛନ୍ତି ଭିକ୍ଟର ଗ୍ଲୋଭର। ୪୬ ବର୍ଷୀୟ ଗ୍ଲୋଭର ଆମେରିକା ନାଭିର ଟେଷ୍ଟ ପାଇଲଟ। ଅନ୍ୟ ଦୁଇଜଣ ମହାକାଶଚାରୀ ହେଉଛନ୍ତି ରିଡ୍ ୱାଇଜମ୍ୟାନ(୪୭) ଏବଂ ଜେରେମି ହାସନ(୪୭)। ଚନ୍ଦ୍ର ନିକଟରେ ସେମାନଙ୍କ ମହାକାଶଯାନ ଯାତ୍ରା କରିବ କିନ୍ତୁ ସେମାନେ ଚନ୍ଦ୍ରରେ ଅବତରଣ କରିବେ ନାହିଁ। ପୂର୍ବରୁ ନାସାର ଚନ୍ଦ୍ର ମିସନରେ କେବଳ ଶ୍ବେତାଙ୍ଗମାନେ ଯାତ୍ରା କରିଥିଲେ। କିନ୍ତୁ ଏଥର ପ୍ରଥମ ଥର ପାଇଁ ଜଣେ ମହିଳା ଏବଂ ଜଣେ ଅଣଶ୍ବେତାଙ୍ଗଙ୍କୁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ଆମେରିକାର ଏବଂ ଜଣେ କାନାଡ଼ାର ନାଗରିକ। ସେମାନଙ୍କୁ ଏହି ମିସନ ପାଇଁ ବ୍ୟାପକ ତାଲିମ ଦିଆଯିବ।




