ଚନ୍ଦ୍ରକକ୍ଷରେ ପ୍ରବେଶ କଲା ଚନ୍ଦ୍ରଯାନ-୩
ବେଙ୍ଗାଲୁରୁ: ଜୁଲାଇ ୧୪ରେ ଉତ୍କ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୩ ପୃଥିବୀଠାରୁ ଚନ୍ଦ୍ରପର୍ଯ୍ୟନ୍ତ ଦୂରତାର ଦୁଇ-ତୃତୀୟାଂଶ ଅତିକ୍ରମ କରିସାରିଥିବା ବେଳେ ଶନିବାର ପ୍ରାୟ ସନ୍ଧ୍ୟା ୭ଟାରେ ଏହା ଚନ୍ଦ୍ରକକ୍ଷରେ ପହଞ୍ଚିସାରିଛି। ଏହାର ଲୁନାର ଅର୍ବିଟ ଇଞ୍ଜେକ୍ସନ (ଏଲ୍ଓଆଇ) ବା ଚନ୍ଦ୍ରକକ୍ଷରେ ସ୍ଥାପନ ପ୍ରକ୍ରିୟା ସମାପ୍ତ ହୋଇଛି। ଏହା ଏକ ବଡ଼ ସଫଳତା। ଆଜି ଚନ୍ଦ୍ରକକ୍ଷରେ ପ୍ରବେଶ କରିସାରିବା ପରେ ଚନ୍ଦ୍ରଯାନ-୩କୁ କେତୋଟି ଲୁନାର ଅର୍ବିଟ ମାନିଉଭର (ଚନ୍ଦ୍ରକକ୍ଷ ପରିବର୍ତ୍ତନ) କରିବାକୁ ପଡ଼ିବ। ପରବର୍ତ୍ତୀ ମାନିଉଭର ଆସନ୍ତାକାଲି ରାତି ୧୧ଟା ବେଳେ […]
ବେଙ୍ଗାଲୁରୁ: ଜୁଲାଇ ୧୪ରେ ଉତ୍କ୍ଷେପଣ ହୋଇଥିବା ଚନ୍ଦ୍ରଯାନ-୩ ପୃଥିବୀଠାରୁ ଚନ୍ଦ୍ରପର୍ଯ୍ୟନ୍ତ ଦୂରତାର ଦୁଇ-ତୃତୀୟାଂଶ ଅତିକ୍ରମ କରିସାରିଥିବା ବେଳେ ଶନିବାର ପ୍ରାୟ ସନ୍ଧ୍ୟା ୭ଟାରେ ଏହା ଚନ୍ଦ୍ରକକ୍ଷରେ ପହଞ୍ଚିସାରିଛି। ଏହାର ଲୁନାର ଅର୍ବିଟ ଇଞ୍ଜେକ୍ସନ (ଏଲ୍ଓଆଇ) ବା ଚନ୍ଦ୍ରକକ୍ଷରେ ସ୍ଥାପନ ପ୍ରକ୍ରିୟା ସମାପ୍ତ ହୋଇଛି। ଏହା ଏକ ବଡ଼ ସଫଳତା। ଆଜି ଚନ୍ଦ୍ରକକ୍ଷରେ ପ୍ରବେଶ କରିସାରିବା ପରେ ଚନ୍ଦ୍ରଯାନ-୩କୁ କେତୋଟି ଲୁନାର ଅର୍ବିଟ ମାନିଉଭର (ଚନ୍ଦ୍ରକକ୍ଷ ପରିବର୍ତ୍ତନ) କରିବାକୁ ପଡ଼ିବ। ପରବର୍ତ୍ତୀ ମାନିଉଭର ଆସନ୍ତାକାଲି ରାତି ୧୧ଟା ବେଳେ ହେବ। ଅଗଷ୍ଟ ପ୍ରଥମ ସପ୍ତାହ ସାରା ଚନ୍ଦ୍ରଯାନ-୩ ଚନ୍ଦ୍ର ଚାରିପଟେ ୫-୬ ଥର ପରିକ୍ରମଣ କରିବ। ଧୀରେ ଧୀରେ ଏହା ୧୦୦ କିମି ବୃତ୍ତାକାର କକ୍ଷପଥରେ ଭ୍ରମଣ କରି ଚନ୍ଦ୍ରର ନିକଟତର ହେବ। ପରବର୍ତ୍ତୀ ୧୦ ଦିନ ଭିତରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଅବତରଣ କରିବାର ଉପଯୁକ୍ତ ସ୍ଥାନ ନିରୂପଣ କରାଯିବ। ତା’ପରେ ଅଗଷ୍ଟ ୨୩ ଅପରାହ୍ଣ ୫ଟା ୪୭ରେ ଏଥିରୁ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇ ନରମ ଅବତରଣ ପାଇଁ ଉଦ୍ୟମ କରିବ।




