ଚଣ୍ଡିଗଡ଼ରେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରି ସ୍କୁଲ ବସ୍ ଡ୍ରାଇଭର ଗିରଫ
ଚଣ୍ଡିଗଡ଼: ଚଣ୍ଡିଗଡ଼ର ଏକ ନାମୀ ସ୍କୁଲରେ ପଢ଼ୁଥିବା ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଜିରକପୁର ପୁଲିସ ଜଣେ ବସ୍ ଡ୍ରାଇଭରକୁ ଗିରଫ କରିଛି। ଚଣ୍ଡିଗଡ଼ର ମଣିମାଜରାର ମହମ୍ମଦ ରଜାକ (୨୬) ନାମକ ଅଭିଯୁକ୍ତ ଜଣକ ମେ’ରୁ ଜୁଲାଇ ମଧ୍ୟରେ ପୀଡ଼ିତାଙ୍କୁ ତାଙ୍କ ଘରେ ତିନିଥର ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଶେଷରେ ନିଜ ଦୁଃଖ ବାପାମା’ଙ୍କୁ ଜଣାଇବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା […]
ଚଣ୍ଡିଗଡ଼: ଚଣ୍ଡିଗଡ଼ର ଏକ ନାମୀ ସ୍କୁଲରେ ପଢ଼ୁଥିବା ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଜିରକପୁର ପୁଲିସ ଜଣେ ବସ୍ ଡ୍ରାଇଭରକୁ ଗିରଫ କରିଛି। ଚଣ୍ଡିଗଡ଼ର ମଣିମାଜରାର ମହମ୍ମଦ ରଜାକ (୨୬) ନାମକ ଅଭିଯୁକ୍ତ ଜଣକ ମେ’ରୁ ଜୁଲାଇ ମଧ୍ୟରେ ପୀଡ଼ିତାଙ୍କୁ ତାଙ୍କ ଘରେ ତିନିଥର ଦୁଷ୍କର୍ମ କରିଥିଲା। ନାବାଳିକା ଜଣକ ଶେଷରେ ନିଜ ଦୁଃଖ ବାପାମା’ଙ୍କୁ ଜଣାଇବା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ। ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୩୭୬ (ଦୁଷ୍କର୍ମ) ଓ ୫୦୬ (ଆପରାଧିକ ଧମକ) ଓ ପୋକ୍ସୋ ଆଇନର ବିଭିନ୍ନ ଧାରା ଅନୁଯାୟୀ ମାମାଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ନାବାଳିକା ଜଣକ ପୁଲିସକୁ କହିଛନ୍ତି ଯେ ରଜାକ ଅନେକ ମାସ ଧରି ତାଙ୍କୁ ପିଛା କରୁଥିଲା ଏବଂ ବନ୍ଧୁତା ପାଇଁ ମଧ୍ୟ ତାଙ୍କ ପାଖକୁ ଆସିଥିଲା। ସେ ମନା କରିବା ପରେ ସେ ଏକ ପାରିବାରିକ କାର୍ଯ୍ୟକ୍ରମରୁ ତାଙ୍କର ଫଟୋ ନେଇ ତାକୁ ବିକୃତ କରିବା ସହ ଧମକ ଚମକ ଦେଇଥିଲା। ମେ ୧୮ ତାରିଖରେ ସେ ଓ ତାଙ୍କ ଭଉଣୀ ଘରେ ଥିବା ବେଳେ ବାପାମା’ କାମରେ ବାହାରକୁ ଯାଇଥିଲେ। ଏହି ସମୟରେ ରଜାକ ତାଙ୍କ ଘରକୁ ଯାଇ ଆପତ୍ତିଜନକ ଫଟୋ ପ୍ରଘଟ କରିବାକୁ ଧମକ ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ କରିଥିଲା। ତାଙ୍କୁ ଧମକ ଚମକ ଦେବା ଜାରି ରଖି ସେ ଜୁଲାଇ ୬ ଓ ୨୬ରେ ଆଉ ଦୁଇ ଥର ତାଙ୍କ ଘରକୁ ଯାଇ ଦୁଷ୍କର୍ମ କରିଥିଲା। ଅଭିଯୋଗ ପରେ ଠିକା ଭିତ୍ତିରେ ଚାକିରି କରୁଥିବା ସ୍କୁଲ ଡ୍ରାଇଭରକୁ ସ୍କୁଲ କର୍ତ୍ତୃପକ୍ଷ ଚାକିରିରୁ ବାହାର କରିଦେଇଛନ୍ତି।




