ଚଣ୍ଡିଗଡ଼ରେ ଏନ୍ଆର୍ଆଇଙ୍କ ଘର ନିକଟରେ ଗ୍ରେନେଡ୍ ବିସ୍ଫୋରଣକଲେ ଦୁର୍ବୃର୍ତ୍ତ
ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ଏକ ଗ୍ରେନେଡ୍ ବିସ୍ଫୋରଣ ହୋଇଛି। ଜଣେ ଏନ୍ଆରଆଇଙ୍କ ଘର ନିକଟରେ ଏହି ବିସ୍ଫୋରଣ ହେବାପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି। ବିସ୍ଫୋରଣ ହେବା ପୂର୍ବରୁ ପ୍ରତ୍ୟକ୍ଷ ଦର୍ଶୀମାନେ ଘଟଣାସ୍ଥଳରେ ୩ ଜଣ ସନ୍ଦିଗ୍ଧଙ୍କୁ ଦେଖିଥିଲେ। ସନ୍ଧ୍ୟା ୬ଟାରେ ଏହି ବିସ୍ଫୋରଣ ହୋଇଥିଲା। ଯାହାଫଳରେ କିଛି କିମି ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ହେବା ସମୟର ୩୦ ସେକେଣ୍ଡ୍ର ଏକ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି। ଚଣ୍ଡିଗଡ଼ ପୁଲିସ ଏବଂ ସିଏଫ୍ଏସଏଲ […]
ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ଏକ ଗ୍ରେନେଡ୍ ବିସ୍ଫୋରଣ ହୋଇଛି। ଜଣେ ଏନ୍ଆରଆଇଙ୍କ ଘର ନିକଟରେ ଏହି ବିସ୍ଫୋରଣ ହେବାପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି। ବିସ୍ଫୋରଣ ହେବା ପୂର୍ବରୁ ପ୍ରତ୍ୟକ୍ଷ ଦର୍ଶୀମାନେ ଘଟଣାସ୍ଥଳରେ ୩ ଜଣ ସନ୍ଦିଗ୍ଧଙ୍କୁ ଦେଖିଥିଲେ। ସନ୍ଧ୍ୟା ୬ଟାରେ ଏହି ବିସ୍ଫୋରଣ ହୋଇଥିଲା। ଯାହାଫଳରେ କିଛି କିମି ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା। ବିସ୍ଫୋରଣ ହେବା ସମୟର ୩୦ ସେକେଣ୍ଡ୍ର ଏକ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରାଯାଉଛି। ଚଣ୍ଡିଗଡ଼ ପୁଲିସ ଏବଂ ସିଏଫ୍ଏସଏଲ ( ସେଣ୍ଟ୍ରାଲ ଫରେନ୍ସିକ ସାଇନ୍ସ ଲାବ୍ରୋଟୋରି) ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରମାଣ ସଂଗ୍ରହ କରିଛନ୍ତି। ଉକ୍ତ ଘଟଣା ପରେ ମୋହାଲିରେ ଥିବା ଲୋକମାନଙ୍କ ପାଇଁ ହାଇଆଲର୍ଟ ଜାରି କରାଯାଇଛି। ଏହି ଗ୍ରେନେଡ୍ ବିସ୍ଫୋରଣ ପୂର୍ବରୁ ମୋହାଲି ଏସଏସପି ଫିଲ୍ଡ ଅଫିସରମାନଙ୍କୁ ଜରୁରୀ ବାର୍ତ୍ତା ଜାରି କରିଛନ୍ତି।




