ଘନ କୁହୁଡ଼ି ପାଇଁ ଦିଲ୍ଲୀରେ ୧୦୦ରୁ ଅଧିକ ବିମାନ ବିଳମ୍ବ
ନୂ୍ଆଦିଲ୍ଲୀ : ଦିଲ୍ଲୀରେ ଲଗାତାର ୫ ଦିନ ଧରି ପ୍ରବଳ ଶୀତ ଅନୁଭବ ହେଉଛି। ଶୁକ୍ରବାର ସକାଳେ ଦିଲ୍ଲୀରେ ଘନ କୁହୁଡ଼ି ପାଇଁ ୧୦୦ରୁ ଅଧିକ ବିମାନ ବିଳମ୍ବ ଅଛି। ଦିଲ୍ଲୀ ଏନ୍ସିଆର ସମେତ ସମଗ୍ର ଉତ୍ତର ଭାରତ ଜାଡ଼ରେ ଥରୁଛି। ପାର୍ବତ୍ୟାଞ୍ଚଳରେ ତୁଷାରପାତ ଜାରି ରହିଛି। ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀର କିଛି ଅଂଶରେ କିଛି ବି ଦୃଶ୍ୟମାନ ହେଉନାହିଁ। ଦିଲ୍ଲୀର ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରି ସେଲସିୟସ ଥିବାବେଳେ ସର୍ବାଧିକ ୧୭ ଡିଗ୍ରି ସେଲସିୟସ […]
ନୂ୍ଆଦିଲ୍ଲୀ : ଦିଲ୍ଲୀରେ ଲଗାତାର ୫ ଦିନ ଧରି ପ୍ରବଳ ଶୀତ ଅନୁଭବ ହେଉଛି। ଶୁକ୍ରବାର ସକାଳେ ଦିଲ୍ଲୀରେ ଘନ କୁହୁଡ଼ି ପାଇଁ ୧୦୦ରୁ ଅଧିକ ବିମାନ ବିଳମ୍ବ ଅଛି। ଦିଲ୍ଲୀ ଏନ୍ସିଆର ସମେତ ସମଗ୍ର ଉତ୍ତର ଭାରତ ଜାଡ଼ରେ ଥରୁଛି। ପାର୍ବତ୍ୟାଞ୍ଚଳରେ ତୁଷାରପାତ ଜାରି ରହିଛି। ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀର କିଛି ଅଂଶରେ କିଛି ବି ଦୃଶ୍ୟମାନ ହେଉନାହିଁ। ଦିଲ୍ଲୀର ତାପମାତ୍ରା ସର୍ବନିମ୍ନ ୮ ଡିଗ୍ରି ସେଲସିୟସ ଥିବାବେଳେ ସର୍ବାଧିକ ୧୭ ଡିଗ୍ରି ସେଲସିୟସ ରହିଛି। ଇତିମଧ୍ୟରେ ଆଇଏମ୍ଡି ଉତ୍ତର ଏବଂ କେନ୍ଦ୍ରୀୟ ଭାରତ ପାଇଁ ଶୀତ ଲହରୀ ଏବଂ ଘନ କୁହୁଡ଼ି ଆଲର୍ଟ ଜାରି କରିଛି। ପଂଜାବ, ହରିୟାଣା, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବ ବୋଲି ଆଇଏମ୍ଡି ଆକଳନ କରିଛି। ନଏଡ଼ାରେ ଶୀତ ଲହରୀ ସ୍ଥିତି ପାଇଁ ଆଜିଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ହେବାଯାଏଁ ନଏଡ଼ାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ବନ୍ଦ ରହିବ। ଯଦି କୌଣସି ବି ସ୍କୁଲ୍ ଏହି ନିର୍ଦ୍ଦେଶ ପାଳନ ନକରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଜିଲ୍ଲା ପ୍ରାଥମିକ ଶିକ୍ଷା ଅଧିକାରୀ ରାହୁଲ ପନୱର କହିଛନ୍ତି। ଜାନୁଆରି ୩ରୁ ୬ ପର୍ଯ୍ୟନ୍ତ ନଏଡ଼ାରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।




