ଘନେଇଲା ଯୋଶୀମଠ ସଙ୍କଟ

ଡେରାଡୁନ :ଉତ୍ତରାଖଣ୍ଡର ଯୋଶୀମଠ ସଙ୍କଟ ପୁଣିଥରେ ଘନେଇବା ଆରମ୍ଭ କରିଛି। ଯୋଶୀମଠର ସୁରକ୍ଷିତ ଅଞ୍ଚଳରେ ଥିବା ଅନେକ ଘରେ ଏବେ ବିଶାଳକାୟ ଫାଟ ଦେଖାଦେଇଛି। ଯୋଶୀମଠର ଗାନ୍ଧିନଗର ୱାର୍ଡରେ କିଛି ଘରେ ଏହି ନୂଆ ଫାଟ ଦେଖାଦେଇଛି। ୟେଲୋ ଶ୍ରେଣୀରେ ଥିବା ଘରେ ଫାଟ ଦେଖାଦେବାରୁ ଏହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ପୂର୍ବରୁ ରେଡ୍ ଶ୍ରେଣୀରେ ଥିବା ଘରେ ବିଶାଳକାଳୟ ଫାଟ ଦେଖାଦେବାପରେ ଉକ୍ତ ଘରମାନଙ୍କରୁ ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ଥଇଥାନ […]

Samaya Live Picture
Published On

ଡେରାଡୁନ :ଉତ୍ତରାଖଣ୍ଡର ଯୋଶୀମଠ ସଙ୍କଟ ପୁଣିଥରେ ଘନେଇବା ଆରମ୍ଭ କରିଛି। ଯୋଶୀମଠର ସୁରକ୍ଷିତ ଅଞ୍ଚଳରେ ଥିବା ଅନେକ ଘରେ ଏବେ ବିଶାଳକାୟ ଫାଟ ଦେଖାଦେଇଛି। ଯୋଶୀମଠର ଗାନ୍ଧିନଗର ୱାର୍ଡରେ କିଛି ଘରେ ଏହି ନୂଆ ଫାଟ ଦେଖାଦେଇଛି। ୟେଲୋ ଶ୍ରେଣୀରେ ଥିବା ଘରେ ଫାଟ ଦେଖାଦେବାରୁ ଏହା ଏବେ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ପୂର୍ବରୁ ରେଡ୍ ଶ୍ରେଣୀରେ ଥିବା ଘରେ ବିଶାଳକାଳୟ ଫାଟ ଦେଖାଦେବାପରେ ଉକ୍ତ ଘରମାନଙ୍କରୁ ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟତ୍ର ଥଇଥାନ କରାଯାଇଛି। ୫୦୦ରୁ ଅଧିକ ଘରେ ଫାଟ ଦେଖାଦେବାରେ ଲୋକମାନଙ୍କୁ ଥଇଥାନ ଶିବିରରେ ରଖାଯାଇଥିଲା। ଏବେ ପୁଣି ଆଗକୁ ମୌସୂମୀ ଆସୁଛି । ବର୍ଷା ଋତୁରେ ଯୋଶୀମଠ ସଙ୍କଟ ଆହୁଯରି ବଢ଼ିଯିବ। ଲୋକମାନେ ସେମାନଙ୍କ ଘରକୁ ନେଇ ବେଶ୍ ଚିନ୍ତାରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଋଷିକେଶ –ବଦ୍ରିନାଥ ଜାତୀୟ ରାଜପଥରେ ଯୋଣୀମଠ ହେଉଛି ଏକ ପାର୍ବତ୍ୟାଞ୍ଚଳ ସହର। ଏହି ସହର ହେଉଛି ଏକ ଟୁରିଷ୍ଟ ଟାଉନ।

Tags: