ଗ୍ୟାଙ୍ଗଷ୍ଟରରୁ ରାଜନେତାେ ବନିଥିବା ମୁଖତାର ଅନସାରୀଙ୍କୁ ଅସ୍ତ୍ର ଲାଇସେନ୍ସ ମାମଲାରେ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ : ୧୯୯୦ ମସିହାରେ ଜାଲି କାଗଜପତ୍ର ଦ୍ବାରା ଅସ୍ତ୍ର ଲାଇସେନ୍ସ ହାତେଇଥିବା ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁଖତାର ଅନସାରୀଙ୍କୁ ବାରଣାସୀ କୋର୍ଟ ଅସ୍ତ୍ର ଲାଇସେନ୍ସ ମାମଲାରେ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଇପିସିର ଧାରା ୪୨୮, ୪୬୭, ୪୬୮ ଏବଂ ଅସ୍ତ୍ର ଆଇନର ଧାରା ୩୦ ଅଧୀନରେ ଏହି ଜେଲ୍ ଯାଇଥିବା ମାଫିଆ ଦୋଷୀସାବ୍ୟସ୍ତ ହୋଇଥିଲା। ହତ୍ୟା ସହ ବିଭିନ୍ନ ମାମଲାରେ ଅଭିଯୁକ୍ତ ମୁଖତାର ଅନସାରୀ ଡବଲ […]

Samaya Live Picture
Published On

ନୂଆଦିଲ୍ଲୀ : ୧୯୯୦ ମସିହାରେ ଜାଲି କାଗଜପତ୍ର ଦ୍ବାରା ଅସ୍ତ୍ର ଲାଇସେନ୍ସ ହାତେଇଥିବା ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁଖତାର ଅନସାରୀଙ୍କୁ ବାରଣାସୀ କୋର୍ଟ ଅସ୍ତ୍ର ଲାଇସେନ୍ସ ମାମଲାରେ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଇପିସିର ଧାରା ୪୨୮, ୪୬୭, ୪୬୮ ଏବଂ ଅସ୍ତ୍ର ଆଇନର ଧାରା ୩୦ ଅଧୀନରେ ଏହି ଜେଲ୍ ଯାଇଥିବା ମାଫିଆ ଦୋଷୀସାବ୍ୟସ୍ତ ହୋଇଥିଲା। ହତ୍ୟା ସହ ବିଭିନ୍ନ ମାମଲାରେ ଅଭିଯୁକ୍ତ ମୁଖତାର ଅନସାରୀ ଡବଲ ବ୍ୟାରେଲ ଗନ୍ ପାଇଁ ଗାଜିପୁର ଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲେ। କିନ୍ତୁ ଜଣାପଡ଼ିଥିଲା ଯେ ନକଲି କାଗଜପତ୍ର ଦେଇ ସେ ଅସ୍ତ୍ର ଲାଇସେନ୍ସ ପାଇଥିଲା। ତେବେ ୧୯୯୦ରେ ସିବିଆଇ ଦ୍ବାରା ଏହି ଜାଲିଆତି ଧରା ପଡ଼ିଥିଲା ଏବଂ ମୁଖତାର ଅନସାରୀଙ୍କ ସମେତ ୫ ଜଣଙ୍କ ବିରୋଧରେ ଗାଜିପୁର ଥାନାରେ ଏନେଇ ଅଭିଯୋଗ ଦାଏର ହୋଇଥିଲା।

Tags: