ଗ୍ଲୋବାଲ ରେଟିଂରେ ମୋଦୀ ପୁଣି ବିଶ୍ବର ସର୍ବାଧିକ ଲୋକପ୍ରିୟ ନେତା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିଶ୍ବ ନେତା ଭାବେ ପ୍ରମାଣିତ ହୋଇଛନ୍ତି। ଗ୍ଲୋବାଲ୍ ରେଟିଂରେ ମୋଦୀ ଶୀର୍ଷ ସ୍ଥାନରେ ରହିଛନ୍ତି। ‘ମର୍ଣ୍ଣିଂ କନ୍ସଲ୍ଟ’ର ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୭୬ ପ୍ରତିଶତ ରେଟିଂ ପାଇଛନ୍ତି।। ଗ୍ଲୋବାଲ୍ ରେଟିଂ ତାଲିକାରେ ୨୨ ବିଶ୍ବନେତା ସ୍ଥାନ ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ସ୍ବିଜରଲାଣ୍ଡ୍ ରାଷ୍ଟ୍ରପତି ଏଲେନ ବର୍ସେଟ୍। ତାଙ୍କର ରେଟିଂ ୬୪ ପ୍ରତିଶତ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଗତ କିଛି ବର୍ଷ ହେଲା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବିଶ୍ବ ନେତା ଭାବେ ପ୍ରମାଣିତ ହୋଇଛନ୍ତି। ଗ୍ଲୋବାଲ୍ ରେଟିଂରେ ମୋଦୀ ଶୀର୍ଷ ସ୍ଥାନରେ ରହିଛନ୍ତି। ‘ମର୍ଣ୍ଣିଂ କନ୍ସଲ୍ଟ’ର ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ୭୬ ପ୍ରତିଶତ ରେଟିଂ ପାଇଛନ୍ତି।। ଗ୍ଲୋବାଲ୍ ରେଟିଂ ତାଲିକାରେ ୨୨ ବିଶ୍ବନେତା ସ୍ଥାନ ପାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ସ୍ବିଜରଲାଣ୍ଡ୍ ରାଷ୍ଟ୍ରପତି ଏଲେନ ବର୍ସେଟ୍। ତାଙ୍କର ରେଟିଂ ୬୪ ପ୍ରତିଶତ ରହିଛି। ପ୍ରଧାନମନ୍ତ୍ରୀ ମୋଦୀ ଗତ କିଛି ବର୍ଷ ହେଲା ଲାଗାତାର ଲୋକପ୍ରିୟ ବିଶ୍ବ ନେତାଙ୍କ ତାଲିକାରେ ଶୀର୍ଷରେ ରହି ଆସୁଛନ୍ତି। ମେକ୍ସିକୋ ରାଷ୍ଟ୍ରପତି ଏଣ୍ଡ୍ରେସ ମେନୁଅଲ ଲୋପେଜ ୬୧ ପ୍ରତିଶତ ରେଟିଂ ସହ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଲୋକପ୍ରିୟତା ହରାଉଥିବାର ସହ ତାଙ୍କୁ ୪୪ ପ୍ରତିଶତ ରେଟିଂ ମିଳିଛି। ଏହାଫଳରେ ସେ ଏହି ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି। ବ୍ରାଜିଲ ରାଷ୍ଟ୍ରପତି ଲୁଲା ଡେ ସିଲ୍ଭା ଚତୁର୍ଥ (୪୯%), ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲ୍ବାନିସ୍ ପଞ୍ଚମ (୪୮%) ଏବଂ ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଷଷ୍ଠ (୪୨%) ସ୍ଥାନରେ ଅଛନ୍ତି।




