ଗ୍ରେଟର୍‌ ନୋଏଡାର ଏକ ଆପାର୍ଟମେଣ୍ଟ୍‌ରେ ଗଞ୍ଜେଇ ଚାଷ କରି ଯୁବକ ଗିରଫ

ନୋଏଡ଼ା: ଗ୍ରେଟର ନୋଏଡ଼ାର ଏକ ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ କରି ଜଣେ ଯୁବକ ହରଡ଼ ଘଣାରେ ପଡ଼ିଛି। ପୁଲିସ ଚଢ଼ଉ କରି ଗଞ୍ଜେଇ ଗଛଗୁଡ଼ିକୁ ଜବତ କରିବା ସହ ଉକ୍ତ ଯୁବକକୁ ଗିରଫ କରିଛି। ସୂଚନାନୁସାରେ, ପାର୍ଶ୍ବନାଥ ପାନୋରମାର ପାଇ-୩ ରାଉଣ୍ଡାବାଉଟ୍‌ର ଏକ ଫ୍ଲାଟ୍‌ରେ ରାହୁଲ ଚୌଧୁରୀ ୮୦ଟି ଗଞ୍ଜେଇ ଗଛ ଲଗାଇଥିଲେ। ଏହାର ଆନୁମାନିକ ମୂଲ୍ୟ ୬୦ଲକ୍ଷ ଟଙ୍କା ହେବ। କିଛିଦିନ ପୂର୍ବେ ବେଙ୍ଗାଲୁରୁର ଏକ ଦମ୍ପତି ନିଜ ଛାତ ଉପରେ କରିଥିବା ଉଦ୍ୟନର ଭିଡିଓ […]

Samaya Live Picture
Published On

ନୋଏଡ଼ା: ଗ୍ରେଟର ନୋଏଡ଼ାର ଏକ ଆପାର୍ଟମେଣ୍ଟରେ ଗଞ୍ଜେଇ ଚାଷ କରି ଜଣେ ଯୁବକ ହରଡ଼ ଘଣାରେ ପଡ଼ିଛି। ପୁଲିସ ଚଢ଼ଉ କରି ଗଞ୍ଜେଇ ଗଛଗୁଡ଼ିକୁ ଜବତ କରିବା ସହ ଉକ୍ତ ଯୁବକକୁ ଗିରଫ କରିଛି। ସୂଚନାନୁସାରେ, ପାର୍ଶ୍ବନାଥ ପାନୋରମାର ପାଇ-୩ ରାଉଣ୍ଡାବାଉଟ୍‌ର ଏକ ଫ୍ଲାଟ୍‌ରେ ରାହୁଲ ଚୌଧୁରୀ ୮୦ଟି ଗଞ୍ଜେଇ ଗଛ ଲଗାଇଥିଲେ। ଏହାର ଆନୁମାନିକ ମୂଲ୍ୟ ୬୦ଲକ୍ଷ ଟଙ୍କା ହେବ। କିଛିଦିନ ପୂର୍ବେ ବେଙ୍ଗାଲୁରୁର ଏକ ଦମ୍ପତି ନିଜ ଛାତ ଉପରେ କରିଥିବା ଉଦ୍ୟନର ଭିଡିଓ ଫେସ୍‌ବୁକ୍‌ରେ ଛାଡ଼ିଥିଲେ। ଏଥିରେ ଏକ ଫୁଲକୁଣ୍ଡରେ ଗଞ୍ଜେଇ ଗଛଟିଏ ଲାଗିଥିବା ଦେଖି କେତେକ ପ୍ରତିକ୍ରିୟା ଦେଇଥିଲେ। ଏହି ଭିଡିଓଟି ଶେଷରେ ପୁଲିସ ନଜରକୁ ଆସିଥିଲା। ପରେ ଅନୁସନ୍ଧାନରେ ଗ୍ରେଟର ନୋଏଡାରେ ମଧ୍ୟ‌ ଏକ ଆପାର୍ଟମେଣ୍ଟରେ ବେଆଇନ ଗଞ୍ଜେଇ ଚାଷ ଓ କାରବାର ହେଉଥିବା ଜଣାପଡ଼ିଥିଲା। ଏନେଇ ବିଟା-୨ ଓ ଇକୋଟେକ୍‌-୨ ଥାନା ପୁଲିସ ଏବଂ ନାର୍କୋଟିକ୍ସ ବିଭାଗର କର୍ମଚାରୀଙ୍କ ଯୁଗ୍ମ ଟିମ୍‌ ପାର୍ଶ୍ବନାଥ ପାନୋରାମାର ସେହି ଫ୍ଲାଟ୍‌ରେ ଚଢ଼ଉ କରିଥିଲେ।ଘର ଭିତରୁ ୮୦ଟି ଗଞ୍ଜେଇ ଗଛ, ୧୬୩ ଗ୍ରାମ ଭାଙ୍ଗ, ଗଛଚାଷ ପାଇଁ ବ୍ୟବହୃତ ରସାୟନିକ ସାର, ମଞ୍ଜି, ସାମଗ୍ରୀ ଆଦି ଜବତ କରାଯାଇଥିଲା।

Tags: