ଗ୍ରୁପ୍ ହ୍ବାଟ୍‌ସଆପ୍‌ ମେସେଜ୍‌ ଜରିଆରେ କନିଷ୍ଠଙ୍କୁ ହଇରାଣ କରିବା ମଧ୍ୟ ରୢାଗିଂ : ୟୁଜିସି

ନୂଆଦିଲ୍ଲୀ: ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ସମେତ ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠନରେ ରୢାଗିଂ-ବିରୋଧୀ ନୀତିକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କଡ଼ାକଡ଼ି କରିଛି। ଏଣିକି ସମୂହ ହ୍ବାଟ୍‌ସଅପ୍‌ ମେସେଜ୍‌ରେ ଯଦି କନିଷ୍ଠ ଛାତ୍ରଙ୍କୁ ହଇରାଣ ହରକତ କରାଯାଏ ତେବେ ଏହାକୁ ରୢାଗିଂ ବୋଲି ଧରିନିଆଯିବ ବୋଲି ୟୁଜିସି ବିଜ୍ଞପ୍ତି ଜାରି କରି କହିଛି। ୟୁଜିସି ପକ୍ଷରୁ ଜାରି ସଦ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଅନେକ ମାମଲାରେ, ବରିଷ୍ଠ ଛାତ୍ରମାନେ ଅନୌପଚାରିକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଗଠନ କରୁଛନ୍ତି। କନିଷ୍ଠ ଛାତ୍ରଙ୍କ ସହ ଯୋଗାଯୋଗ […]

ଗ୍ରୁପ୍ ହ୍ବାଟ୍‌ସଆପ୍‌ ମେସେଜ୍‌ ଜରିଆରେ କନିଷ୍ଠଙ୍କୁ ହଇରାଣ କରିବା ମଧ୍ୟ ରୢାଗିଂ : ୟୁଜିସି
Samaya Live Picture
Published On

ନୂଆଦିଲ୍ଲୀ: ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ସମେତ ବିଭିନ୍ନ ଉଚ୍ଚଶିକ୍ଷାନୁଷ୍ଠନରେ ରୢାଗିଂ-ବିରୋଧୀ ନୀତିକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କଡ଼ାକଡ଼ି କରିଛି। ଏଣିକି ସମୂହ ହ୍ବାଟ୍‌ସଅପ୍‌ ମେସେଜ୍‌ରେ ଯଦି କନିଷ୍ଠ ଛାତ୍ରଙ୍କୁ ହଇରାଣ ହରକତ କରାଯାଏ ତେବେ ଏହାକୁ ରୢାଗିଂ ବୋଲି ଧରିନିଆଯିବ ବୋଲି ୟୁଜିସି ବିଜ୍ଞପ୍ତି ଜାରି କରି କହିଛି। ୟୁଜିସି ପକ୍ଷରୁ ଜାରି ସଦ୍ୟ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଅନେକ ମାମଲାରେ, ବରିଷ୍ଠ ଛାତ୍ରମାନେ ଅନୌପଚାରିକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ ଗଠନ କରୁଛନ୍ତି। କନିଷ୍ଠ ଛାତ୍ରଙ୍କ ସହ ଯୋଗାଯୋଗ କରି ସେମାନଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଛନ୍ତି। ଏଣିକି ଏଭଳି କାରନାମାକୁ ମଧ୍ୟ ରୢାଗିଂ ବୋଲି ଧରିନିଆଯିବ ଏବଂ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁଜିସି କହିଛି। ବିଜ୍ଞପ୍ତି ଅନୁଯାୟୀ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଙ୍କ ସୁରକ୍ଷା ସର୍ବୋଚ୍ଚ ଏବଂ ଏଥିରେ କୌଣସି ବୁଝାମଣା କରାଯିବ ନାହିଁ।

Tags: