ଗୌହାଟୀରେ ଏସ୍‌ୟୁଭି-ପିକଅପ୍‌ ଟ୍ରକ୍‌ ଧକ୍କା, ୭ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ

ଗୌହାଟୀ : ଆସାମର ଗୌହାଟୀରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୭ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ସହରର ଜଲୁକବାଡ଼ି ଫ୍ଲାଏଓଭର ନିକଟରେ ଏହି ଦୁର୍ଘଟଣା ହୋଇଛି। ଦ୍ରୁତଗାମୀ ଏସ୍‌ୟୁଭିଟି ଏକ ରୋଡ୍‌ ଡିଭାଇଡର ଉପରକୁ ମାଡ଼ି ଯାଇ ବିପରୀତ ପାର୍ଶ୍ବରୁ ଆସୁଥିବା ଏକ ପିକ୍‌ଅପ୍‌ ଟ୍ରକ୍‌ରେ ପିଟି ହୋଇଯାଇଥିଲା। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ଅନୁଯାୟୀ ସ୍କର୍ପିଓ ଏସ୍‌ୟୁଭିରେ ୧୦ ଜଣ […]

Samaya Live Picture
Published On

ଗୌହାଟୀ : ଆସାମର ଗୌହାଟୀରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇ ୭ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି ଏବଂ ୬ ଜଣ ଆହତ ହୋଇଛନ୍ତି। ସହରର ଜଲୁକବାଡ଼ି ଫ୍ଲାଏଓଭର ନିକଟରେ ଏହି ଦୁର୍ଘଟଣା ହୋଇଛି। ଦ୍ରୁତଗାମୀ ଏସ୍‌ୟୁଭିଟି ଏକ ରୋଡ୍‌ ଡିଭାଇଡର ଉପରକୁ ମାଡ଼ି ଯାଇ ବିପରୀତ ପାର୍ଶ୍ବରୁ ଆସୁଥିବା ଏକ ପିକ୍‌ଅପ୍‌ ଟ୍ରକ୍‌ରେ ପିଟି ହୋଇଯାଇଥିଲା। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ଅନୁଯାୟୀ ସ୍କର୍ପିଓ ଏସ୍‌ୟୁଭିରେ ୧୦ ଜଣ ଥିଲେ। ଦୁର୍ଘଟଣା ପରେ ଉଭୟ ଏସ୍‌ୟୁଭି ଏବଂ ପିକଅପ୍‌ ଟ୍ରକ୍‌କୁ ଚିହ୍ନି ହେଉନାହିଁ। ସମସ୍ତ ମୃତକମାନେ ଆସାମ ଇଞ୍ଜିନିୟରିଂ କଲେଜ ଛାତ୍ର। ସେମାନେ ହଷ୍ଟେଲ୍‌ରେ ରହୁଥିଲେ। ଗାଡ଼ିରେ ଥିବା ୧୦ ଇଂଜିନିୟରିଂ ଛାତ୍ରଙ୍କ ମଧ୍ୟରୁ ୭ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଆହତଙ୍କ ମଧ୍ୟରେ ୩ ଜଣ ଛାତ୍ର ଏବଂ ପିକ୍‌ଅପ ଟ୍ରକ୍‌ର ୩ ଜଣ ଯାତ୍ରୀ ଅଛନ୍ତି। ଆହତମାନଙ୍କୁ ଗୌହାଟୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଆଜି ସକାଳେ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲେ।

Tags: