ଗୋ ରକ୍ଷାକାରୀ ମନୁ ମନେସର ଅଟକ

ନୂଆଦିଲ୍ଲୀ : ଗୋ ରକ୍ଷାକାରୀ ମନୁ ମନେସର ହରିୟାଣା ପୁଲିସ ଦ୍ବାରା ଅଟକ ରହିଛି। ମନୁ ମନେସରକୁ ହରିୟାଣା ପୁଲିସ ରାଜସ୍ଥାନ ପୁଲିସକୁ ହସ୍ତାନ୍ତର କରିବ। ବଜରଙ୍ଗ ଦଳ ସଦସ୍ୟ ମନୁ ମନେସର ବିରୋଧରେ ଗତ ଫେବ୍ରୁଆରିରେ ମାମଲା ରୁଜୁ ହୋଇଥିଲା। ରାଜସ୍ଥାନର ୨ ମୁସଲିମ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ମନୁ ମନେସର ବିରୋଧରେ ମାମଲା ରୁଜୁ ହୋଇଥିଲା। ତେବେ ହରିୟାଣାର କିଛି ସାଧା ପୋଷାକଧାରୀ ପୁଲିସ ମନୁ ମନେସରଙ୍କୁ ଆଜି ଅଟକ ରଖିଛନ୍ତି। ମନୁ […]

Samaya Live Picture
Published On

ନୂଆଦିଲ୍ଲୀ : ଗୋ ରକ୍ଷାକାରୀ ମନୁ ମନେସର ହରିୟାଣା ପୁଲିସ ଦ୍ବାରା ଅଟକ ରହିଛି। ମନୁ ମନେସରକୁ ହରିୟାଣା ପୁଲିସ ରାଜସ୍ଥାନ ପୁଲିସକୁ ହସ୍ତାନ୍ତର କରିବ। ବଜରଙ୍ଗ ଦଳ ସଦସ୍ୟ ମନୁ ମନେସର ବିରୋଧରେ ଗତ ଫେବ୍ରୁଆରିରେ ମାମଲା ରୁଜୁ ହୋଇଥିଲା। ରାଜସ୍ଥାନର ୨ ମୁସଲିମ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ମନୁ ମନେସର ବିରୋଧରେ ମାମଲା ରୁଜୁ ହୋଇଥିଲା। ତେବେ ହରିୟାଣାର କିଛି ସାଧା ପୋଷାକଧାରୀ ପୁଲିସ ମନୁ ମନେସରଙ୍କୁ ଆଜି ଅଟକ ରଖିଛନ୍ତି। ମନୁ ମନେସର ଓରଫ ମୋହିତ ଯାଦବ ‌ହେଉଛି ବଜରଙ୍ଗ ଦଳ ସଦସ୍ୟ ଏବଂ ଗୋରକ୍ଷାକାରୀ। ମୁସଲିମ ସମ୍ପ୍ରଦାୟର ୨ ଜଣ ଯୁବକଙ୍କୁ ହତ୍ୟା ଅଭିଯୋଗରେ ସେ ମୁଖ୍ୟ ଅଭିଯୁକ୍ତ। ଉଲ୍ଲେଖଯୋଗ୍ୟ ଯେ ଗତ ଫେବ୍ରୁଆରି ୧୫ରେ ରାଜସ୍ଥାନ ଭରତପୁର ଜିଲ୍ଲାର ଘଟମିକା ଗ୍ରାମର ନସିର ଏବଂ ଜୁନେଦଙ୍କୁ କିଛି ଗୋରକ୍ଷାକାରୀ ଅପହରଣ କରିନେଇଥିଲେ। ପରେ ହରିୟାଣାର ଭିୱାନିରୁ ଏକ ଜଳି ଯାଇଥିବା କାର୍‌ରୁ ସେମାନଙ୍କ ମୃତଦେହ ମିଳିଥିଲା। ରାଜସ୍ଥାନ ପୁୁଲିସ ଏହି ମାମଲାରେ ଏକ ଚାର୍ଜସିଟ୍‌ ଦାଖଲ କରିଛି ଏବଂ ମନୁ ମନେସରକୁ ଅଭିଯୁକ୍ତ ଦର୍ଶାଇଛି।

Tags: