ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇ ୮ ମୃତ
ମୁମ୍ବାଇ: ଶୁକ୍ରବାର ସକାଳୁ ନାଗପୁର ଜିଲ୍ଲାରେ ଥିବା ଏକ ଗୋଳାବାରୁଦ କାରାଖାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଏବେ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଥିବା ବେଳେ ଆହୁରି ଆନେକ ଫସି ରହିଥିବା ସନ୍ଦେହ କରାଯାଉଛି। ମହାରାଷ୍ଟ୍ରର ଭଣ୍ଡାରାଠାରେ ଥିବା ଏହି କାରଖାନାରେ ସକାଳ ପ୍ରାୟ ୧୦.୩୦ ସମୟରେ ବିସ୍ଫୋରଣ ଘଟିଥିଲା। ଘଟଣା ଘଟିବା ପରେ ଜିଲ୍ଲାପାଳ ସଞ୍ଜୟ କୋଲ୍ଟେ ସୂଚନା ଦେଇ କହିଛନ୍ତି, ‘‘ ଉଦ୍ଧାରକାରୀ ଏବଂ ଡାକ୍ତରୀ କର୍ମଚାରୀମାନେ […]
ମୁମ୍ବାଇ: ଶୁକ୍ରବାର ସକାଳୁ ନାଗପୁର ଜିଲ୍ଲାରେ ଥିବା ଏକ ଗୋଳାବାରୁଦ କାରାଖାନାରେ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଏବେ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଥିବା ବେଳେ ଆହୁରି ଆନେକ ଫସି ରହିଥିବା ସନ୍ଦେହ କରାଯାଉଛି। ମହାରାଷ୍ଟ୍ରର ଭଣ୍ଡାରାଠାରେ ଥିବା ଏହି କାରଖାନାରେ ସକାଳ ପ୍ରାୟ ୧୦.୩୦ ସମୟରେ ବିସ୍ଫୋରଣ ଘଟିଥିଲା। ଘଟଣା ଘଟିବା ପରେ ଜିଲ୍ଲାପାଳ ସଞ୍ଜୟ କୋଲ୍ଟେ ସୂଚନା ଦେଇ କହିଛନ୍ତି, ‘‘ ଉଦ୍ଧାରକାରୀ ଏବଂ ଡାକ୍ତରୀ କର୍ମଚାରୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ନିୟୋଜିତ ରହିଛନ୍ତି। ବିସ୍ଫୋରଣରେ ଫସି ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।’’ କୋଲ୍ଟେ ଆହୁରି ମଧ୍ୟ କହିଛନ୍ତି ଯେ ବିସ୍ଫୋରଣ ସମୟରେ ଏକ ଛାତ ଭୁଶୁଡ଼ି ପଡ଼ିଥିଲା ଏବଂ ଅତି କମ୍ରେ ୧୨ ଜଣ ଲୋକ ଏହା ତଳେ ଚାପି ହୋଇ ରହିଥିଲେ। ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି। ଭଗ୍ନାବଶେଷ ହଟାଇ ଅନ୍ୟମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଏହା ୫ କିଲୋମିଟର ଦୂରକୁ ଶୁଣାଯାଇଥିଲା। ଦୂରରୁ କଏଦ ହୋଇଥିବା ଏକ ଭିଡିଓରେ କାରଖାନାରୁ ଘନ ଧୂଆଁ ଉଠିଥିବା ଦେଖିବାକୁ ମିଳିଛି।




