ଗୋରଖପୁର: ବିଆର୍ଡି ମେଡିକାଲ କଲେଜ ହଷ୍ଟେଲରୁ କନିଷ୍ଠ ଡାକ୍ତରଙ୍କ ମୃତଦେହ ଉଦ୍ଧାର
ଗୋରଖପୁର: ଗୋରଖପୁର ମେଡିକାଲ କଲେଜର ହଷ୍ଟେଲ ରୁମ୍ରୁ ଜଣେ କନିଷ୍ଠ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ତଦନ୍ତରୁ ଜଣାପଡିଛି ଯେ, ମୃତ ଡାକ୍ତରଙ୍କ ନାମ ଅବିଶୋ ଡେଭିଡ୍। ବୟସ ୩୨। ସେ କେରଳର ପାମ୍ପଡୁମ୍କୁଝି ଜିଲ୍ଲାର ବାସିନ୍ଦା। ଅବିଶୋ ଡେଭିଡ୍ ଆନେସ୍ଥେସିଆ ବିଭାଗରେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ସକାଳେ ସେ ମେଡିକାଲ କଲେଜକୁ ନ ଆସିବାରୁ କର୍ମଚାରୀମାନେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କୌଣସି […]
ଗୋରଖପୁର: ଗୋରଖପୁର ମେଡିକାଲ କଲେଜର ହଷ୍ଟେଲ ରୁମ୍ରୁ ଜଣେ କନିଷ୍ଠ ଡାକ୍ତରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ତଦନ୍ତରୁ ଜଣାପଡିଛି ଯେ, ମୃତ ଡାକ୍ତରଙ୍କ ନାମ ଅବିଶୋ ଡେଭିଡ୍। ବୟସ ୩୨। ସେ କେରଳର ପାମ୍ପଡୁମ୍କୁଝି ଜିଲ୍ଲାର ବାସିନ୍ଦା। ଅବିଶୋ ଡେଭିଡ୍ ଆନେସ୍ଥେସିଆ ବିଭାଗରେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ସକାଳେ ସେ ମେଡିକାଲ କଲେଜକୁ ନ ଆସିବାରୁ କର୍ମଚାରୀମାନେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କୌଣସି ଉତ୍ତର ନ ମିଳିବାରୁ ତାଙ୍କ ରୁମ୍ରେ ଭେଟିବାକୁ ଯାଇଥିଲେ। ସେଠାରେ ତାଙ୍କ ହଷ୍ଟେଲ ରୁମ୍ ଭିତରୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ଏହାପରେ ସଂପୃକ୍ତ କର୍ମଚାରୀ ଦୀର୍ଘ ସମୟ ଧରି କବାଟ ବାଡେଇଥିଲେ। କବାଟ ନ ଖୋଲିବାରୁ ଝରକା ବାଟେ ଭିତରକୁ ଚାହିଁଥିଲେ। କୋଠରି ଭିତରେ ଡାକ୍ତର ଡେଭିଡ୍ ନିଶ୍ଚଳ ଅବସ୍ଥାରେ ଶଯ୍ୟା ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାପରେ କର୍ମଚାରୀ ଜଣକ ତୁରନ୍ତ ମେଡିକାଲ କଲେଜ ପରିଚାଳନା କର୍ତ୍ତୃପକ୍ଷ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି କବାଟ ଭାଙ୍ଗି କନିଷ୍ଠ ଡାକ୍ତରଙ୍କୁ ମୃତ ଅବସ୍ଥାରେ ଦେଖିବାକୁ ପାଇଥିଲା।




