ଗୋଟିଏ ସିଫ୍ଟରେ ହେବ ନିଟ-ପିଜି ପରୀକ୍ଷା – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୋଟିଏ ସିଫ୍ଟରେ ହେବ ନିଟ – ପିଜି ପରୀକ୍ଷା । ଆଜି ଏନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରି ଏନବିଟିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୨ଟି ସିଟିଂରେ ପରୀକ୍ଷାକୁ ଭୁଲ୍‌ ଦର୍ଶାଇ ଏନବିଟିର ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କୁ ସମାନ ପରିବେଶର ସୁଯୋଗ ମିଳିବା ଉଚିତ୍‌ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ନିର୍ଦ୍ଧାରିତ ଜୁନ୍‌ […]

ଗୋଟିଏ ସିଫ୍ଟରେ ହେବ ନିଟ-ପିଜି ପରୀକ୍ଷା – ସୁପ୍ରିମକୋର୍ଟ
Samaya Live Picture
Published On

ନୂଆଦିଲ୍ଲୀ: ଗୋଟିଏ ସିଫ୍ଟରେ ହେବ ନିଟ – ପିଜି ପରୀକ୍ଷା । ଆଜି ଏନେଇ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରି ଏନବିଟିକୁ ଏହି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ୨ଟି ସିଟିଂରେ ପରୀକ୍ଷାକୁ ଭୁଲ୍‌ ଦର୍ଶାଇ ଏନବିଟିର ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କୁ ସମାନ ପରିବେଶର ସୁଯୋଗ ମିଳିବା ଉଚିତ୍‌ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ନିର୍ଦ୍ଧାରିତ ଜୁନ୍‌ ୧୫ ତାରିଖରେ ହେବ ନିଟ୍‌-ପିଜି ପରୀକ୍ଷା । ପୂର୍ବରୁ, ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନା ପାଇଁ ଏକ ସୂଚୀ ପ୍ରକାଶ କରାଯାଇଥିଲା। ତେବେ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ନିଟ – ପିଜି ୨୦୨୫ ପରୀକ୍ଷା, ଦୁଇଟି ସିଫ୍ଟରେ ନୁହେଁ ବରଂ ଗୋଟିଏ ସିଫ୍ଟରେ କରିବାକୁ ଜାତୀୟ ପରୀକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ।

ନିଟ – ପିଜି ପରୀକ୍ଷାରେ ଯୋଗ ଦେଉଥିବା ପ୍ରାର୍ଥୀଙ୍କ ପାଇଁ ଜୁନ୍ ୨ ତାରିଖରେ ପରୀକ୍ଷା ସିଟି ସ୍ଲିପ୍ ପ୍ରକାଶିତ ହେବ । ସିଟି ସ୍ଲିପ୍ ସରକାରୀ ୱେବସାଇଟରେ ପ୍ରକାଶିତ ହେବ ନାହିଁ । ଜାତୀୟ ମେଡିକାଲ୍ ପରୀକ୍ଷା ବୋର୍ଡ ପ୍ରାର୍ଥୀଙ୍କ ପଞ୍ଜିକୃତ ଇମେଲ୍ ଆଇଡିକୁ ସିଟି ସ୍ଲିପ୍ ପଠାଇବ, ଯାହାକୁ ପ୍ରାର୍ଥୀମାନେ ଡାଉନଲୋଡ୍ କରିପାରିବେ । ସିଟି ସ୍ଲିପ୍ ସରକାରୀ ୱେବସାଇଟରେ ପ୍ରକାଶିତ ହେବ ନାହିଁ । ସେହିପରି ପରୀକ୍ଷା ତାରିଖର ପ୍ରାୟ ଚାରି ଦିନ ପୂର୍ବରୁ ଆଡମିଟ୍ କାର୍ଡ ପ୍ରକାଶିତ ହେବ । ଆଡମିଟ୍ କାର୍ଡ ପରୀକ୍ଷା ବୋର୍ଡର ସରକାରୀ ୱେବସାଇଟ୍ natboard.edu.in ରେ ପ୍ରକାଶିତ ହେବ, ଯାହାକୁ ପ୍ରାର୍ଥୀମାନେ ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ମାଧ୍ୟମରେ ଡାଉନଲୋଡ୍ କରିପାରିବେ ।

Tags: