ଗୋଆରେ ବିଜେପିର ପ୍ରଥମ ମହିଳା ଲୋକସଭା ପ୍ରାର୍ଥୀ ପଲ୍ଲଭି ଡେମ୍ପୋ

ନୂଆଦିଲ୍ଲୀ : ଡେମ୍ପୋ ଇଣ୍ଡଷ୍ଟ୍ରିଜ୍ ଏକଜିକ୍ୟୁଟିଭ ଡାଇରେକ୍ଓର ପଲ୍ଲବି ଡେମ୍ପୋଦ ଗୋଆରେ ବିଜେପିର ପ୍ରଥମ ମହିଳା ଲୋକସଭା ପ୍ରାର୍ଥୀ। ବିଜେପି ପୂର୍ବରୁ ଗୋଆରେ କେବେବି ଲୋକସଭା ନିର୍ବାଚନରେ ମହିଳା ପ୍ରାର୍ଥୀ ଦେଇନାହିଁ। ବିଜେପି ରବିବାର ଦିନ ଡେମ୍ପୋଙ୍କୁ ପ୍ରାର୍ଥୀ କରିଥିବା ଘୋଷଣା କରିଛି। ସେ ଦକ୍ଷିଣ ଗୋଆରୁ ନିର୍ବଚନ ଲଢ଼ି୍ବେ। ଗୋଆର ଜଣେ ଉଦ୍ୟୋଗୀ ଡେମ୍ପୋ କେମିଷ୍ଟ୍ରିରେ ଡିଗ୍ରି କରିଛନ୍ତି ଏବଂ ଏମଆଇଟି ପୁନେରୁ ସେ ଏମବିଏ କରିଛନ୍ତି। ୪୯ ବର୍ଷୀୟା ଡେମ୍ପୋ ହେଉଛନ୍ତି ଡେମ୍ପୋ ଇଣ୍ଡଷ୍ଟ୍ରିଜ୍ […]

Samaya Live Picture
Published On

ନୂଆଦିଲ୍ଲୀ : ଡେମ୍ପୋ ଇଣ୍ଡଷ୍ଟ୍ରିଜ୍ ଏକଜିକ୍ୟୁଟିଭ ଡାଇରେକ୍ଓର ପଲ୍ଲବି ଡେମ୍ପୋଦ ଗୋଆରେ ବିଜେପିର ପ୍ରଥମ ମହିଳା ଲୋକସଭା ପ୍ରାର୍ଥୀ। ବିଜେପି ପୂର୍ବରୁ ଗୋଆରେ କେବେବି ଲୋକସଭା ନିର୍ବାଚନରେ ମହିଳା ପ୍ରାର୍ଥୀ ଦେଇନାହିଁ। ବିଜେପି ରବିବାର ଦିନ ଡେମ୍ପୋଙ୍କୁ ପ୍ରାର୍ଥୀ କରିଥିବା ଘୋଷଣା କରିଛି। ସେ ଦକ୍ଷିଣ ଗୋଆରୁ ନିର୍ବଚନ ଲଢ଼ି୍ବେ। ଗୋଆର ଜଣେ ଉଦ୍ୟୋଗୀ ଡେମ୍ପୋ କେମିଷ୍ଟ୍ରିରେ ଡିଗ୍ରି କରିଛନ୍ତି ଏବଂ ଏମଆଇଟି ପୁନେରୁ ସେ ଏମବିଏ କରିଛନ୍ତି। ୪୯ ବର୍ଷୀୟା ଡେମ୍ପୋ ହେଉଛନ୍ତି ଡେମ୍ପୋ ଇଣ୍ଡଷ୍ଟ୍ରିଜ୍ କାାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଏହାର ଗଣମାଧ୍ୟମ ଏବଂ ରିଅଲ ଇଷ୍ଟେଟ୍ ଶାଖାର ଦେଖାଶୁଣା କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦକ୍ଷିଣ ଗୋଆରେ ଏବେ କଂଗ୍ରେସ ନେତା ଫ୍ରାନସିସ୍କୋ ସର୍ଦ୍ଧିନା ପ୍ରତିନିଧିତ୍ବ କରୁଛନ୍ତି। ବିଜେପି ୧୯୬୨ରୁ ମାତ୍ର ୨ ଥର ଉକ୍ତ ଆସନରେ ଜିତିଥିଲା।

Tags: