ଗୋଆରେ ପାକିସ୍ତାନ ବିଦେଶ ମନ୍ତ୍ରୀଙ୍କୁ ସ୍ବାଗତ କଲେ ଜୟଶଙ୍କର

ନୂଆଦିଲ୍ଲୀ : ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲୱଲ ଭୁଟ୍ଟୋଙ୍କୁ ଗୋଆରେ ଏସସିଓ (ସାଂଘାଇ ସହଯୋଗ ସମ୍ମିଳନୀ) କୁ ସ୍ବାଗତ କରିଛନ୍ତି। ଗତକାଲି ରାତିରେ ମଧ୍ୟ ଜୟଶଙ୍କର ଦେଇଥିବା ନୈଶ୍ୟ ଭୋଜନ ସମୟରେ ସେ ଭୁଟ୍ଟୋଙ୍କ ସହ ହାତ ମିଳାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲୱଲ ଭୁଟ୍ଟୋ ଏବେ ୨ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଏସ୍‌ସିଓ (ସାଂଘାଇ ସହଯୋଗ ସମ୍ମିଳନୀ) ବିଦେଶ ମନ୍ତ୍ରୀଙ୍କ ବୈଠକରେ ଯୋଗ […]

Samaya Live Picture
Published On

ନୂଆଦିଲ୍ଲୀ : ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲୱଲ ଭୁଟ୍ଟୋଙ୍କୁ ଗୋଆରେ ଏସସିଓ (ସାଂଘାଇ ସହଯୋଗ ସମ୍ମିଳନୀ) କୁ ସ୍ବାଗତ କରିଛନ୍ତି। ଗତକାଲି ରାତିରେ ମଧ୍ୟ ଜୟଶଙ୍କର ଦେଇଥିବା ନୈଶ୍ୟ ଭୋଜନ ସମୟରେ ସେ ଭୁଟ୍ଟୋଙ୍କ ସହ ହାତ ମିଳାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ବିଦେଶ ମନ୍ତ୍ରୀ ବିଲୱଲ ଭୁଟ୍ଟୋ ଏବେ ୨ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଏସ୍‌ସିଓ (ସାଂଘାଇ ସହଯୋଗ ସମ୍ମିଳନୀ) ବିଦେଶ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେବାପାଇଁ ଭୁଟ୍ଟୋ ଗୁରୁବାର ଦିନ ଗୋଆରେ ପହଞ୍ଚିଛନ୍ତି। ଭୁଟ୍ଟୋ ଗୋଆରେ ପହଞ୍ଚିବା ପରେ ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, ଆମେ ଏସ୍‌ସିଓ ବୈଠକ ଅବସରରେ ଗୋଆରେ ପହଞ୍ଚିଲୁ। ରୁଷ୍‌ ଏବଂ ଉଜବେକିସ୍ତାନର ପ୍ରତିପକ୍ଷଙ୍କ ସହ ସେ ଦ୍ବିପାକ୍ଷିକ ବୈଠକ କରିବେ ଏବଂ ଗୋଆରେ ସମସ୍ତ ବିଦେଶ ମନ୍ତ୍ରୀଙ୍କ ପାଇଁ ଆୟୋଜିତ ନୈଶ୍ୟ ଭୋଜିରେ ଯୋଗ ଦେବେ ବୋଲି କହିଥିଲେ। ଭିଡିଓ ଟ୍ବିଟ୍‌ କରି ଭୁଟ୍ଟୋ କହିଛନ୍ତି, ‘ସଲାମ ଫ୍ରମ୍‌ ଗୋଆ, ଇଣ୍ଡିଆ’। ଦୀର୍ଘ ୧୨ ବର୍ଷ ପରେ ପାକିସ୍ତାନର ପ୍ରଥମ ବିଦେଶ ମନ୍ତ୍ରୀ ଭାବେ ଭୁଟ୍ଟୋ ଭାରତ ଗସ୍ତରେ ଆସିଛନ୍ତି। ବନ୍ଧୁ ରାଷ୍ଟ୍ରର ପ୍ରତିପକ୍ଷମାନଙ୍କ ସହ ଭୁଟ୍ଟୋ ଫଳପ୍ରଦ ଆଲୋଚନା କରିବେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୧ରେ ପାକିସ୍ତାନର ତତ୍କାଳୀନ ବିଦେଶ ମନ୍ତ୍ରୀ ହୀନା ରବାନୀ ଶେଷ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ।

Tags: