ଗେହଲଟ ସରକାର ବିରୋଧରେ ଅନଶନରେ ବସିଲେ ପାଇଲଟ

ନୂଆଦିଲ୍ଲୀ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଆଜି ତାଙ୍କ ନିଜ ସରକାର ବିରୋଧରେ ଦିନିକିଆ ଅନଶନରେ ବସିଛନ୍ତି। କଂଚଗ୍ରେସ ହାଇ କମାଣ୍ଡଙ୍କ ଚେତାବନୀ ସତ୍ତ୍ବେ ପାଇଲଟ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି ଏବଂ ଦୁର୍ନୀତି ବିରୋଧରେ ଦିନିକିଆ ଅନସନ ଆରମ୍ଭ କରିଛନ୍ତି। ପାଇଲଟଙ୍କ ଏହି କାର୍ଯ୍ୟ ଦଳ ବିରୋଧୀ ବୋଲି ଦଳ ପକ୍ଷରୁ ତାଙ୍କୁ ଚେତାବନୀ ଦିଆଯାଇଛି। କିନ୍ତୁ ପାଇଲଟ ଉକ୍ତ ପ୍ରସଙ୍ଗରେ କିଛି ଟିପ୍ପଣୀ ରଖିନାହାନ୍ତି। ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ବିଡି କାଲ୍ଲା […]

Samaya Live Picture
Published On

ନୂଆଦିଲ୍ଲୀ : ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଆଜି ତାଙ୍କ ନିଜ ସରକାର ବିରୋଧରେ ଦିନିକିଆ ଅନଶନରେ ବସିଛନ୍ତି। କଂଚଗ୍ରେସ ହାଇ କମାଣ୍ଡଙ୍କ ଚେତାବନୀ ସତ୍ତ୍ବେ ପାଇଲଟ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି ଏବଂ ଦୁର୍ନୀତି ବିରୋଧରେ ଦିନିକିଆ ଅନସନ ଆରମ୍ଭ କରିଛନ୍ତି। ପାଇଲଟଙ୍କ ଏହି କାର୍ଯ୍ୟ ଦଳ ବିରୋଧୀ ବୋଲି ଦଳ ପକ୍ଷରୁ ତାଙ୍କୁ ଚେତାବନୀ ଦିଆଯାଇଛି। କିନ୍ତୁ ପାଇଲଟ ଉକ୍ତ ପ୍ରସଙ୍ଗରେ କିଛି ଟିପ୍ପଣୀ ରଖିନାହାନ୍ତି। ରାଜସ୍ଥାନ କ୍ୟାବିନେଟ ମନ୍ତ୍ରୀ ବିଡି କାଲ୍ଲା କହିଛନ୍ତି ସଚିନ ପାଇଲଟ ଦଳ ମଧ୍ୟରେ ଏହି ପ୍ରସଙ୍ଗ ଉଠାଇ ପାରିଥାନ୍ତେ। ସେ ସର୍ବସାଧାରଣରେ ଏଭଳି କରିବାର ନଥିଲା। ଉଲ୍ଲେଖଯୋଗ୍ୟ ଯେ ପାଇଲଟ ଗତ ରବିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଗେହଲଟ ସରକାର ବିରୋଧରେ ବର୍ଷିଥିଲେ। ରାଜସ୍ଥାନରେ ପୂର୍ବ ସରକାରର ଦୁର୍ନୀତି ପ୍ରସଙ୍ଗରେ ଜାଣି ମଧ୍ୟ ଗେହଲଟ ସରକାର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଭିତିରି ବୁଝାମଣା ଅଛି ବୋଲି ସେ କହିଛନ୍ତି। ଦୁର୍ନୀତି ବିରୋଧରେ ସେ ଦିନିକିଆ ଅନଶନରେ ବସିବେ ବୋଲି ଘୋଷଣା କରିଥିଲେ। ତେବେ ଆଉ କିଛି ମାସ ପରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାରୁ ଏହା ପୂର୍ବରୁ ପାଇଲଟଙ୍କ କାର୍ଯ୍ୟକଳାପ ଦଳ ପାଇଁ ନୂଆ ମୁଣ୍ଡବିନ୍ଧାର କାରଣ ହୋଇଛି।

Tags: