ଗେହଲଟ ସରକାରଙ୍କ ବିରୋଧରେ ଆକ୍ରମଣ ତୀବ୍ର କଲେ ରାଜେନ୍ଦ୍ର ଗୁଧା
ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ବାରା ନିକଟରେ ବହିଷ୍କୃତ ହୋଇଥିବା ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଆଜି ଗେହଲଟ ସରକାରଙ୍କ ଉପରେ ଆକ୍ରମଣ ତୀବ୍ର କରିଛନ୍ତି। ମନ୍ତ୍ରାଳୟରେ ସଦସ୍ୟଙ୍କ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପ ପ୍ରସଙ୍ଗରେ ଗୁଧା ଗେହଲଟ ସରକାରକୁ ଘେରିଛନ୍ତି। ଗୁଧା କହିଛନ୍ତି, ମତେ ଜେଲ୍ ପଠାଅ କି ଗୁଳି କର ମୁଁ କିନ୍ତୁ ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ମୋ ରାଜ୍ୟର ଭଉଣୀ ଏବଂ ଝିଅମାନଙ୍କ ସୁରକ୍ଷା ପାଇଁ ଲଢ଼ିବି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ମହିଳାଙ୍କ […]
ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଦ୍ବାରା ନିକଟରେ ବହିଷ୍କୃତ ହୋଇଥିବା ରାଜସ୍ଥାନର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଗୁଧା ଆଜି ଗେହଲଟ ସରକାରଙ୍କ ଉପରେ ଆକ୍ରମଣ ତୀବ୍ର କରିଛନ୍ତି। ମନ୍ତ୍ରାଳୟରେ ସଦସ୍ୟଙ୍କ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟକଳାପ ପ୍ରସଙ୍ଗରେ ଗୁଧା ଗେହଲଟ ସରକାରକୁ ଘେରିଛନ୍ତି। ଗୁଧା କହିଛନ୍ତି, ମତେ ଜେଲ୍ ପଠାଅ କି ଗୁଳି କର ମୁଁ କିନ୍ତୁ ଶେଷ ନିଶ୍ବାସ ଥିବା ପର୍ଯ୍ୟନ୍ତ ମୋ ରାଜ୍ୟର ଭଉଣୀ ଏବଂ ଝିଅମାନଙ୍କ ସୁରକ୍ଷା ପାଇଁ ଲଢ଼ିବି। ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ମହିଳାଙ୍କ ସୁରକ୍ଷା ନେଇ ଗୁଧା ଚିନ୍ତା ପ୍ରକଟ କରିବାର ମାତ୍ର କିଛି ଘଣ୍ଟା ପରେ ଜୁଲାଇ ୨୧ ତାରିଖରେ ତାଙ୍କୁ ବହିଷ୍କାର କରାଯାଇଥିଲା। ଗତ ସୋମବାର ଦିନ ରାଜସ୍ଥାନ ବିଧାନସଭାରେ ହାଇଡ୍ରାମା ହୋଇଥିଲା।




