ଗେହଲଟଙ୍କ ପ୍ରଶଂସାର କଡ଼ା ପ୍ରତିକ୍ରିୟା ରଖିଲେ ବସୁନ୍ଧରା ରାଜେ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଢୋଲପୁର ରାଲିରେ ଉଦ୍ବୋଧନ ଦେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଯେଉଁ ଟିପ୍ପଣୀ ଦେଇଛନ୍ତି ସେଥିପାଇଁ ରାଜସ୍ଥାନ ବିଜେପି ନେତାମାନେ ତାଙ୍କ ବିରୋଧରେ ବର୍ଷିଛନ୍ତି। ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ଗେହଲଟ ଗତକାଲି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଅନ୍ୟ ୨ ବିଜେପି ନେତାଙ୍କୁ ପ୍ରଶଂସା କରିଥିଲେ। ଗେହଲଟ କହିଥିଲେ ୨୦୨୦ରେ ୩ ଜଣ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ପୂର୍ବତନ […]

Samaya Live Picture
Published On

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଢୋଲପୁର ରାଲିରେ ଉଦ୍ବୋଧନ ଦେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଯେଉଁ ଟିପ୍ପଣୀ ଦେଇଛନ୍ତି ସେଥିପାଇଁ ରାଜସ୍ଥାନ ବିଜେପି ନେତାମାନେ ତାଙ୍କ ବିରୋଧରେ ବର୍ଷିଛନ୍ତି। ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ଗେହଲଟ ଗତକାଲି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବଂ ଅନ୍ୟ ୨ ବିଜେପି ନେତାଙ୍କୁ ପ୍ରଶଂସା କରିଥିଲେ। ଗେହଲଟ କହିଥିଲେ ୨୦୨୦ରେ ୩ ଜଣ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ପୂର୍ବତନ ବିଧାନସଭା ବାଚସ୍ପତି କୈଳାଶ ମେଘୱାଲ ଏବଂ ବିଧାୟକ ଶୋଭରାଗ କୁଶୱାହଙ୍କ ସମର୍ଥନ ପାଇଁ ମୋ ସରକାର ସୁରକ୍ଷିତ ରହିଥିଲା। କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଧର୍ମେନ୍ଦ୍ର ପ୍ରଧାନ ମୋ ସରକାର ଭାଙ୍ଗିବାପାଇଁ ଷଡ଼ଯନ୍ତ୍ର କରିଥିଲେ। ରାଜସ୍ଥାନରେ ସେମାନେ ଟଙ୍କା ବାଣ୍ଟିଥିଲେ। ଏପରିକି ସେମାନେ ବିଧାୟକଙ୍କଠାରୁ ଟଙ୍କା ଫେରସ୍ତ ମଧ୍ୟ ନେଇନଥିଲେ। ତେବେ ଗେହଲଟଙ୍କ ଏହି ଟିପ୍ପଣୀର କଡ଼ା ଜବାବ ଦେଇଛନ୍ତି ବସୁନ୍ଧରା ରାଜେ। ବସୁନ୍ଧରା କହିଛନ୍ତି, ୨୦୨୩ରେ ହାରିବାର ଭୟ ପାଇଁ ଅଶୋକ ଗେହଲଟ ମିଛ କହୁଛନ୍ତି। ଅଶୋକ ଗେହଲଟ ମତେ ପ୍ରଶଂସା କରିବା ମୋ ବିରୋଧରେ ଏକ ବଡ଼ ଷଡ଼ଯନ୍ତ୍ର। ଗେହଲଟ ମତେ ଜୀବନରେ ଯେମିତି ଅପମାନିତ କରିଛନ୍ତି ଅନ୍ୟ କେହି ସେମିତି ଅପମାନ ଦେଇନାହାନ୍ତି ବୋଲି ରାଜେ କହିଛନ୍ତି। ବସୁନ୍ଧରା ରାଜେ କହିରଛନ୍ତି, ଲାଞ୍ଚ ଦେବା ଏବଂ ନେବା ୨ଟି ଯାକ ଅପରାଧ। ଯଦି ସେମାନଙ୍କ ବିଧାୟକ ଟଙ୍କା ନେଇଛନ୍ତି ତେବେ ଏଥିପାଇଁ ଏତଲା ରୁଜୁ ହେବା ଉଚିତ। ନିଜେ ଅଶୋକ ଗେହଲଟ ଘୋଡ଼ା ବେପାରର ମାଷ୍ଟରମାଇଣ୍ଡ୍ ବୋଲି ରାଜେ କହିଛନ୍ତି।

Tags: