ଗେହଲଟଙ୍କ ପ୍ରତି ପାଇଲଟଙ୍କ ନରମ ଆଭିମୁଖ୍ୟ
ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ କିଛି ନୂଆ ନୁହେଁ। ଗେହଲଟ ସରକାରକୁ ଖୋଲାଖୋଲି ଟାର୍ଗେଟ୍ କରି ପାଇଲଟ୍ ଅନେକ ଥର କଂଗ୍ରେସ ଦଳର ଅଡ଼ୁଆ ବଢ଼ାଇଛନ୍ତି। କିନ୍ତୁ ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାରୁ କଂଗ୍ରେସ ନେତୃବୃନ୍ଦ ରାଜସ୍ଥାନରେ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିଛନ୍ତି । ସଚିନ ପାଇଲଟ୍ ଆଜି ପିଟିଆଇକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ […]
ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ କିଛି ନୂଆ ନୁହେଁ। ଗେହଲଟ ସରକାରକୁ ଖୋଲାଖୋଲି ଟାର୍ଗେଟ୍ କରି ପାଇଲଟ୍ ଅନେକ ଥର କଂଗ୍ରେସ ଦଳର ଅଡ଼ୁଆ ବଢ଼ାଇଛନ୍ତି। କିନ୍ତୁ ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାରୁ କଂଗ୍ରେସ ନେତୃବୃନ୍ଦ ରାଜସ୍ଥାନରେ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିଛନ୍ତି । ସଚିନ ପାଇଲଟ୍ ଆଜି ପିଟିଆଇକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ଯାହା ବି ସବୁ ମତଭେଦ ଥିଲା ସେସବୁକୁ ସେ ଶେଷ କରିଦେଇଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପରାମର୍ଶକ୍ରମେ ପାଇଲଟ୍ ଗେହଲଟଙ୍କ ସହ ସବୁ ବିବାଦ ତୁଟାଇଥିବା କହିଛନ୍ତି।ପାଇଲଟ୍ ନିକଟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଥିଲେ। ଏହି ସମୟରେ ଖଡ଼ଗେ ପାଇଲଟ୍ଙ୍କୁ କହିଥିଲେ, ‘ସମୟ ଚାଲିଯାଏ,ପଛକୁ ଫେରେନା, ତେଣୁ ସେ ଆଗକୁ ବଢ଼ିବା ଉଚିତ। ଖଡ଼ଗେଙ୍କ ଉପଦେଶକୁ ଗ୍ରହଣ କରି ସେ ସବୁକିଛି ଭୁଲି ଏବଂ କ୍ଷମା କରି ଆଗକୁ ବଢ଼ିବାପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ପାଇଲଟ୍ କହିଛନ୍ତି, ଅଶୋକ ଗେହଲଟଜୀ ମୋଠାରୁ ବୟସରେ ବହୁତ ବଡ଼। ତାଙ୍କର ଅଧିକ ଅଭିଜ୍ଞତା ଅଛି। କାନ୍ଧରେ ଅନେକ ଦାୟିତ୍ବ ମଧ୍ୟ। ଯେତେବେଳେ ମୁଁ ରାଜସ୍ଥାନ ସଭାପତି ଥିଲି ମୁଁ ସମସ୍ତଙ୍କୁ ସାଙ୍ଗରେ ଧରି ଚାଲିବାପାଇଁ ଚେଷ୍ଟା କରିଥିଲି। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସାଙ୍ଗରେ ଧରି ଚାଲିବାପାଇଁ ଚେଷ୍ଟା କରୁଛନ୍ତି। ଯଦିଓ କିଛି ଭୁଲ୍ ବୁଝାମଣା ରହିଛି ତାହା ଏକ ବଡ଼ ପ୍ରସଙ୍ଗ ନୁହେଁ। କାରଣ କୌଣସି ବ୍ୟକ୍ତିଙ୍କଠାରୁ ଦଳ ଏବଂ ଜନସାଧାରଣ ଅଧିକ ଗୁରୁତ୍ବପୂର୍ଣ୍ଣ। ଏହା ମୁଁ ବୁଝିଛି ଏବଂ ସେ ମଧ୍ୟ ବୁଝିଛନ୍ତି।




