ଗୃହମନ୍ତ୍ରୀ ଭାବେ ଅମିତ ଶାହଙ୍କ ସବୁଠାରୁ ଲମ୍ବା କାର୍ଯ୍ୟକାଳ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଅମିତ ଶାହ ଦେଶର ଗୃହମନ୍ତ୍ରୀ ଭାବେ ସବୁଠାରୁ ଅଧିକ ଲମ୍ବା କାର୍ଯ୍ୟକାଳ ତୁଲାଇବାରେ ରେକର୍ଡ ସୃଷ୍ଟି କରିଛନ୍ତି। ଗୃହମନ୍ତ୍ରୀ ଭାବେ ୨୨୫୬ ଦିନ କାର୍ଯ୍ୟ କରିଥିବା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ପୂର୍ବ ରେକର୍ଡକୁ ଅତିକ୍ରମ କରି ଶାହ ୨୨୫୮ ଦିନ କାର୍ଯ୍ୟକାଳ ପୂରଣ କରିଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସଂସଦୀୟ ବୈଠକରେ ଦେଶର ସବୁଠାରୁ ଅଧିକ ସମୟ ଧରି ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ […]

ଗୃହମନ୍ତ୍ରୀ ଭାବେ ଅମିତ ଶାହଙ୍କ ସବୁଠାରୁ ଲମ୍ବା କାର୍ଯ୍ୟକାଳ
Samaya Live Picture
Published On

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ଅମିତ ଶାହ ଦେଶର ଗୃହମନ୍ତ୍ରୀ ଭାବେ ସବୁଠାରୁ ଅଧିକ ଲମ୍ବା କାର୍ଯ୍ୟକାଳ ତୁଲାଇବାରେ ରେକର୍ଡ ସୃଷ୍ଟି କରିଛନ୍ତି। ଗୃହମନ୍ତ୍ରୀ ଭାବେ ୨୨୫୬ ଦିନ କାର୍ଯ୍ୟ କରିଥିବା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ପୂର୍ବ ରେକର୍ଡକୁ ଅତିକ୍ରମ କରି ଶାହ ୨୨୫୮ ଦିନ କାର୍ଯ୍ୟକାଳ ପୂରଣ କରିଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସଂସଦୀୟ ବୈଠକରେ ଦେଶର ସବୁଠାରୁ ଅଧିକ ସମୟ ଧରି ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂୟସୀ ପ୍ରଶଂସା କରିଛନ୍ତି। ଆଡଭାନୀ ୨୨୫୬ ଦିନ (ମାର୍ଚ୍ଚ ୧୯, ୧୯୯୮ରୁ ୨୦୦୪ ମେ ୨୨ ପର୍ଯ୍ୟନ୍ତ) ଏହି ପଦରେ ରହିଥିଲେ। ସେହିଭଳି ଅମିତ ଶାହ ୨୦୧୯ ମେ ୩୦ ତାରିଖରୁ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ଏବଂ ୨୦୨୫ ଅଗଷ୍ଟ ୪ ତାରିଖ ସୁଦ୍ଧା ସେ ୨୨୫୮ ଦିନ କାର୍ଯ୍ୟକାଳ ପୂରଣ କରିସାରିଛନ୍ତି। ମେ ୩୧, ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ କାର୍ଯ୍ୟକାଳ ରେ ଅମିତ ଶାହ କେନ୍ଦ୍ର ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୨୦୨୪ ଜୁନ୍ ୯ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଜୁନ୍ ୧୦, ୨୦୨୪ରେ ତାଙ୍କୁ ପୁନଃ ଗୃହମନ୍ତ୍ରୀ କରାଯାଇଥିଲା ଏବଂ ସେ ଏହି ପଦରେ ରହିଛନ୍ତି। ଗୃହ ମନ୍ତ୍ରଣାଳୟ ବ୍ୟତୀତ ଶାହ ହେଉଛନ୍ତି ଦେଶର ପ୍ରଥମ ସମବାୟ ମନ୍ତ୍ରୀ । ଅମିତ ଶାହଙ୍କ ଏ ପର୍ଯ୍ୟନ୍ତ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ୨୦୧୯ରେ ଶାହ ଗୃହମନ୍ତ୍ରୀ ଥିବା ବେଳେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା।

Tags: