ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ସଞ୍ଜୟ ରାଉତ, ଧନଖଡ଼ କେଉଁଠି ଅଛନ୍ତି ଜଣାଅ

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କେଉଁଠି ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ଅଛି। ଉପରାଷ୍ଟ୍ରପତି ପଦରୁ ଧନଖଡ଼ ଇସ୍ତଫା ଦେବାର କିଛିଦିନ ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏମିତି ଚିଠି ଲେଖିଛନ୍ତି ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ। ସେ ଲେଖିଛନ୍ତି, ସାଂସଦମାନେ ‘ହେବିଅସ୍ କର୍ପସ’ ଆବେଦନ ସୁପ୍ରିମକୋର୍ଟରେ ଦାଏର କରିବାକୁ ଚାହୁଁଛନ୍ତି। କିନ୍ତୁ ତା’ ପୂର୍ବରୁ ସେମାନେ ଆପଣଙ୍କଠାରୁ ତଥ୍ୟ ଜାଣିବାକୁ ଚାହୁଁଛନ୍ତି। ଜୁଲାଇ ୨୧ରେ ଧନଖଡ଼ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଅପ୍ରତ୍ୟାଶିତ ଭାବେ […]

ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ସଞ୍ଜୟ ରାଉତ, ଧନଖଡ଼ କେଉଁଠି ଅଛନ୍ତି ଜଣାଅ
Samaya Live Picture
Published On

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କେଉଁଠି ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ଅଛି। ଉପରାଷ୍ଟ୍ରପତି ପଦରୁ ଧନଖଡ଼ ଇସ୍ତଫା ଦେବାର କିଛିଦିନ ପରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏମିତି ଚିଠି ଲେଖିଛନ୍ତି ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ। ସେ ଲେଖିଛନ୍ତି, ସାଂସଦମାନେ ‘ହେବିଅସ୍ କର୍ପସ’ ଆବେଦନ ସୁପ୍ରିମକୋର୍ଟରେ ଦାଏର କରିବାକୁ ଚାହୁଁଛନ୍ତି। କିନ୍ତୁ ତା’ ପୂର୍ବରୁ ସେମାନେ ଆପଣଙ୍କଠାରୁ ତଥ୍ୟ ଜାଣିବାକୁ ଚାହୁଁଛନ୍ତି। ଜୁଲାଇ ୨୧ରେ ଧନଖଡ଼ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେବା ପରେ ତାଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳୁନାହିଁ କି ଯୋଗାଯୋଗ ହୋଇପାରୁନି। ଚିଠିରେ ଶ୍ରୀ ରାଉତ ଏହା ମଧ୍ୟ ଲେଖିଛନ୍ତି, ଧନଖଡ଼ଙ୍କ ବିଷୟରେ କିଛି ଜଣାପଡ଼ୁନି। ତାଙ୍କୁ ରାଜ୍ୟସଭା ସଦସ୍ୟମାନେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ତାଙ୍କୁ ତାଙ୍କ ବାସଭବନରେ ବନ୍ଦ କରି ରଖାଯାଇଥିବା ଦିଲ୍ଲୀରେ ଗୁଜବ ସୃଷ୍ଟି ହୋଇଛି। ‌ସେ ସୁରକ୍ଷିତ ନଥିବା କୁହାଯାଉଛି। ନିରାପତ୍ତା ଦୃଷ୍ଟିରୁ ତାଙ୍କ ସମ୍ପର୍କରେ ସଠିକ୍ ତଥ୍ୟ ଦେବାକୁ ସେ ଚିଠିରେ ଲେଖିଛନ୍ତି। ଏହା ପୂର୍ବରୁ ସାଂସଦ କପିଲ ସିବଲ ମଧ୍ୟ ଧନଖଡ଼ଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଥିଲେ। ଧନଖଡ଼ଙ୍କ ନିକଟତମ ବ୍ୟକ୍ତି ଓ ପରିବାର ଲୋକଙ୍କୁ ମଧ୍ୟ ତାଙ୍କ ବିଷୟରେ କିଛି ଜଣାନାହିଁ। ଗଣତନ୍ତ୍ରରେ ଏପରି ଗୋପନୀୟତାର ପ୍ରୟୋଜନ ନାହିଁ ବୋଲି ସେ କହିଥିଲେ।

Tags: