ଗୃହକାର୍ଯ୍ୟରେ ବିଶୃଙ୍ଖଳା ପାଇଁ ୩୩ ବିରୋଧୀ ଲୋକସଭା ସାଂସଦ, ୩୪ ରାଜ୍ୟସଭା ସାଂସଦ ନିଲମ୍ବିତ
ନୂଆଦିଲ୍ଲୀ : ଗୃହକାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ସଂସଦର ୩୩ ଜଣ ବିରୋଧୀ ସାଂସଦ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ଶୀତ ଅଧିବେଶନର ବାକି ସମୟ ପାଇଁ ସେମାନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ନିକଟରେ ହୋଇଥିବା ସଂସଦ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ଗୃହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଟିପ୍ପଣୀ ଦାବି କରି ବିରୋଧୀ ସାଂସଦମାନେ ଲଗାତାର ଗୃହରେ ପ୍ରତିବାଦ କରି ଗୃହକାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ନିଲମ୍ବିତ ହୋଇଥିବା […]
ନୂଆଦିଲ୍ଲୀ : ଗୃହକାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିଥିବାରୁ ସଂସଦର ୩୩ ଜଣ ବିରୋଧୀ ସାଂସଦ ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ଶୀତ ଅଧିବେଶନର ବାକି ସମୟ ପାଇଁ ସେମାନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି। ନିକଟରେ ହୋଇଥିବା ସଂସଦ ସୁରକ୍ଷା ଭଙ୍ଗ ପ୍ରସଙ୍ଗରେ ଗୃହରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଟିପ୍ପଣୀ ଦାବି କରି ବିରୋଧୀ ସାଂସଦମାନେ ଲଗାତାର ଗୃହରେ ପ୍ରତିବାଦ କରି ଗୃହକାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ମଧ୍ୟରେ କଂଗ୍ରେସର ଅଧୀର ରଂଜନ ଚୌଧୁରୀ, ଡିଏମକେ ସାଂସଦ ଟିଆର୍ ବାଲୁ ଏବଂ ଦୟାନିଧି ମାରନ ଏବଂ ଟିଏମସିର ସୌଗତ ରାୟ ଅଛନ୍ତି। ନିଲମ୍ବନ ସଂକ୍ରାନ୍ତରେ ଲୋକସଭା ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି, ମୋ ସମେତ ସମସ୍ତ ବିରୋଧୀ ନେତା ଲୋକସଭାରୁ ନିଲମ୍ବିତ ହୋଇଛନ୍ତି। ରାଜ୍ୟସଭାରୁ ମଧ୍ୟ ୩୪ ଜଣ ବିରୋଧୀ ସାଂସଦ ନିଲମ୍ବିତ ହୋଇଛନ୍ତି ଉଲ୍ଲେଖଯୋଗ୍ୟ ଯେ ପୂର୍ବରୁ ଗତ ଡିସେମ୍ବର ୧୪ ତାରିଖରେ ୧୩ ଜଣ ବିରୋଧୀ ସାଂସଦ ନିଲମ୍ବିତ ହୋଇଥିଲେ। ଅଧୀର ରଂଜନ କହିଛନ୍ତି, ସରକାର ଅତ୍ୟାଚାରର ସବୁ ସୀମା ଟପି ଯାଇଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲା କହିଛନ୍ତି, ଗୃହର ଶୃଙ୍ଖଳା ବଜାୟ ରଖିବାପାଇଁ ବିରୋଧୀ ସଦସ୍ୟଙ୍କୁ ନିଲମ୍ବନ କରାଯାଇଛି। ଜଣେ ରାଜ୍ୟସଭା ସାଂସଦଙ୍କ ସମେତ ସର୍ବମୋଟ୍ ୪୭ ଜଣ ବିରୋଧୀ ସାଂସଦ ଶୀତ ଅଧିବେଶନର ବାକି ସମୟ ପାଇଁ ଗୃହରୁ ନିଲମ୍ବିତ ହୋଇଛନ୍ତି।




