ଗୁଲାମ ନବି ଆଜାଦଙ୍କ ଧାରା ୩୭୦ ଟିପ୍ପଣୀ ପାଇଁ କଂଗ୍ରେସରେ ଯୋଗ ଦେଲେ ୨୧ ନେତା
ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ଗୁଲାମ ନବି ଆଜାଦଙ୍କ ଦଳ ଡିମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟିର ୨୧ ଜଣ ନେତା ସୋମବାର ଦିନ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ଉକ୍ତ ୨୧ ଜଣ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜାଦ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଦେଇଥିବା ଟିପ୍ପଣୀକୁ ବିରୋଧ କରି ଉକ୍ତ ନେତାମାନେ ଦଳ ଛାଡ଼ି ଦେଇଛନ୍ତି। ଆଜାଦ କହିଥିଲେ, ଯେଉଁମାୟନେ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଛନ୍ତି ସେମାନେ […]
ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ଗୁଲାମ ନବି ଆଜାଦଙ୍କ ଦଳ ଡିମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟିର ୨୧ ଜଣ ନେତା ସୋମବାର ଦିନ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପସ୍ଥିତିରେ ଉକ୍ତ ୨୧ ଜଣ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି। ଆଜାଦ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ଦେଇଥିବା ଟିପ୍ପଣୀକୁ ବିରୋଧ କରି ଉକ୍ତ ନେତାମାନେ ଦଳ ଛାଡ଼ି ଦେଇଛନ୍ତି। ଆଜାଦ କହିଥିଲେ, ଯେଉଁମାୟନେ ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଛନ୍ତି ସେମାନେ ବାସ୍ତବ ସ୍ଥିତି ସଂକ୍ରାନ୍ତରେ ଅବଗତ ନାହାନ୍ତି। କଂଗ୍ରେସ ସାଧାରଣ ସଚିବ ଜୟରାମ ରମେଶ କହିଛନ୍ତି, ୨୦୧୯ ଅଗଷ୍ଟ ୫ରେ ରାଜ୍ୟସଭାରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ଅଭିଯୋଗ ଆଣିଥିବା ଲୋକ ଆଜି ଏଭଳି ଟିପ୍ପଣୀ ଦେଉଛନ୍ତି। ମୁଁ ଭାବୁଛି ସେ ସଂସଦ ଛାଡ଼ିବାର ବହୁ ଦିନ ପରେ ବି ନୁଆଦିଲ୍ଲୀ ସ୍ଥିତ ତାଙ୍କ ବିସ୍ତୃତ ବଙ୍ଗଳାରେ ତାଙ୍କୁ ରହିବାପାଇଁ ଅନୁମତି ଦେଇ ଯେଉଁ ଉଦାରତା ଦେଖାଯାଇଛି ସେଥିପ୍ରତି ସେ ଯଥାର୍ଥତା ଦେବା ଆବଶ୍ୟକ ।




