ଗୁରୁଦ୍ବାର ମାଲିକାନାକୁ ନେଇ କପୁରଥଲାରେ ପୁଲିସ ଏବଂ ନିହାଙ୍ଗ ଶିଖ୍ ସଦସ୍ୟଙ୍କ ମଧ୍ୟରେ ସଂଘର୍ଷ, ଜଣେ ପୁଲିସଙ୍କ ମୃତ୍ୟୁ
ଅମୃତସର : ପଂଜାବର କପୁରଥଲାରେ ଆଜି ପୁଲିସ ଏବଂ ନିହାଙ୍ଗ ଶିଖ୍ଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଛି। ଗୁରୁଦ୍ବାର ମାଲିକାନାକୁ ନେଇ ଆଜି ଏହି ସଂଘର୍ଷ ଉପୁଜିଥିଲା। ନିହାଙ୍ଗ ଶିଖ୍ମାନେ ଆଜି ଗୁରୁଦ୍ବାର ଅକଲପୁର ବୁଙ୍ଗାରେ ପ୍ରବେଶ କରି ଉକ୍ତ ପରିସରକୁ ନିଜ ଦଖଲକୁ ନେବାକୁ ଚେଷ୍ଟା କରିଥିଲେ। ୨ଟି ନିହାଙ୍ଗ ଗୋଷ୍ଠୀ ମଧ୍ୟରେ ଗୁରୁଦ୍ବାର ମାଲିକାନାକୁ ନେଇ ସଂଘର୍ଷ ଉପୁଜିଥିଲା। ତେବେ ପୁଲିସ ଘଟଣାସ୍ଥଳରେ ନିହାଙ୍ଗ ଶିଖ୍ଙ୍କୁ ଘଉଡ଼ାଇବାପାଇଁ ଚେଷ୍ଟା କରିବାବେଳେ ନିହାଙ୍ଗ ଶିଖ୍ଙ୍କ ଗୁଳିମାଡ଼ରେ […]
ଅମୃତସର : ପଂଜାବର କପୁରଥଲାରେ ଆଜି ପୁଲିସ ଏବଂ ନିହାଙ୍ଗ ଶିଖ୍ଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଛି। ଗୁରୁଦ୍ବାର ମାଲିକାନାକୁ ନେଇ ଆଜି ଏହି ସଂଘର୍ଷ ଉପୁଜିଥିଲା। ନିହାଙ୍ଗ ଶିଖ୍ମାନେ ଆଜି ଗୁରୁଦ୍ବାର ଅକଲପୁର ବୁଙ୍ଗାରେ ପ୍ରବେଶ କରି ଉକ୍ତ ପରିସରକୁ ନିଜ ଦଖଲକୁ ନେବାକୁ ଚେଷ୍ଟା କରିଥିଲେ। ୨ଟି ନିହାଙ୍ଗ ଗୋଷ୍ଠୀ ମଧ୍ୟରେ ଗୁରୁଦ୍ବାର ମାଲିକାନାକୁ ନେଇ ସଂଘର୍ଷ ଉପୁଜିଥିଲା। ତେବେ ପୁଲିସ ଘଟଣାସ୍ଥଳରେ ନିହାଙ୍ଗ ଶିଖ୍ଙ୍କୁ ଘଉଡ଼ାଇବାପାଇଁ ଚେଷ୍ଟା କରିବାବେଳେ ନିହାଙ୍ଗ ଶିଖ୍ଙ୍କ ଗୁଳିମାଡ଼ରେ ଜଣେ ପୁଲିସଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ୧୦ ନିହାଙ୍ଗ ଶିଖ୍ ସଦସ୍ୟଙ୍କୁ ଗିରଫ କରିଛି। କିନ୍ତୁ ଅପରେସନ୍ ଏବେ ବି ଜାରି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲୁହ ବୁହା ଗ୍ୟାସ ସେଲ୍ ପ୍ରୟୋଗ କରିଛି। ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଏବଂ ବିଶାଳ ସଂଖ୍ୟାରେ ପୁଲିସ ମଧ୍ୟ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। ଗୁରୁଦ୍ବାରରେ ଏବେ ବି ୩୦ ନିହାଙ୍ଗ ଥିବା ଅଧିକାରୀମାନେ କହିଛନ୍ତି।




