ଗୁରୁଗ୍ରାମ୍ ମଲ୍ରେ ବୋମା ଆତଙ୍କ, ‘କେହି ଜଣେ ବି ବଞ୍ଚିବେନି’
ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମ ସହରରରେ ଥିବା ଏକ ପ୍ରମୁଖ ସପିଂ ମଲ୍ରେ ବୋମା ଆତଙ୍କ ଖେଳି ଯାଇଛି । ମଲ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି କେହି ଜଣେ ଇମେଲ୍ରେ ଧମକ ଦେଇଛି। ପୁଲିସ ସୂଚନା ଅନୁଯାୟୀ ଗୁରୁଗ୍ରାମର ଆମ୍ବିଏନ୍ସ ମଲ୍କୁ ବୋମା ଧମକ ମିଳିଛି। ଏହି ମଲକୁ ଇମେଲ୍ ଆଇଡି ଯୋଗେ କେହି ଦୁର୍ବୃତ୍ତ ବୋମା ପକାଇ ଉଡାଇ ଦେବାକୁ ଧମକ ଦେଇଛି। ଏପରିକି ମଲରେ କେହି ଜଣେ ହେଲେ ବି ବଞ୍ଚି […]
ଗୁରୁଗ୍ରାମ : ହରିୟାଣାର ଗୁରୁଗ୍ରାମ ସହରରରେ ଥିବା ଏକ ପ୍ରମୁଖ ସପିଂ ମଲ୍ରେ ବୋମା ଆତଙ୍କ ଖେଳି ଯାଇଛି । ମଲ୍କୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି କେହି ଜଣେ ଇମେଲ୍ରେ ଧମକ ଦେଇଛି। ପୁଲିସ ସୂଚନା ଅନୁଯାୟୀ ଗୁରୁଗ୍ରାମର ଆମ୍ବିଏନ୍ସ ମଲ୍କୁ ବୋମା ଧମକ ମିଳିଛି। ଏହି ମଲକୁ ଇମେଲ୍ ଆଇଡି ଯୋଗେ କେହି ଦୁର୍ବୃତ୍ତ ବୋମା ପକାଇ ଉଡାଇ ଦେବାକୁ ଧମକ ଦେଇଛି। ଏପରିକି ମଲରେ କେହି ଜଣେ ହେଲେ ବି ବଞ୍ଚି ପାରିବେନି ବୋଲି କହିଛି। ଖବର ପାଇ ସଙ୍ଗେସଙ୍ଗେ ପୁଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ମଲ୍ ମ୍ୟାନେଜମେଣ୍ଟ୍ ଏହି ଧମକପୂର୍ଣ୍ଣ ଇମେଲ୍ ପାଇଥିଲା। ଏଥିରେ କୁହାଯାଇଥିଲା ଯେ ବିସ୍ଫୋରଣରୁ କେହି ବି ବର୍ତ୍ତିବେନି।




