ଗୁରୁଗ୍ରାମକୁ ବ୍ୟାପିଲା ନୁହ ହିଂସା , ଦିଲ୍ଲୀରେ ହାଇ ଆଲର୍ଟ

ନୂଆଦିଲ୍ଲୀ : ହରିୟାଣାର ନୁହରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଗୁରୁଗ୍ରାମର ସେକ୍ଟର ୭୦ରେ ପହଞ୍ଚିଛି। ଯାହା ଜାତୀୟ ରାଜଧାନୀ ଦିଲ୍ଲୀଠାରୁ ମାତ୍ର ୨୦ କିମି ଦୂର। ଗୁରୁଗ୍ରାମରେ ବିଭିନ୍ନ ଅଞ୍ଚରେ ମଙ୍ଗଳବାର ରାତିରେ ଦୋକାନ ବଜାର ଜାଳି ଦିଆଯାଇଛି। ବ୍ୟାପକ ହିଂସା ହେବାପରେ ଗୁରୁଗ୍ରାମରେ ୧୪୪ ଜାରି ‌ହୋଇଛି। ଖୋଲାରେ ପେଟ୍ରୋଲ ଏବଂ ଡିଜେଲ୍‌ ବିକ୍ରି ଉପରେ କଟକଣା ଲାଗିଛି। ଲୋକମାନେ ଗୁଜବରେ ବିଶ୍ବାସ ନକରିବାପାଇଁ ପୁଲିସ କହିଛି। ଦିଲ୍ଲୀରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି। […]

Samaya Live Picture
Published On

ନୂଆଦିଲ୍ଲୀ : ହରିୟାଣାର ନୁହରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଗୁରୁଗ୍ରାମର ସେକ୍ଟର ୭୦ରେ ପହଞ୍ଚିଛି। ଯାହା ଜାତୀୟ ରାଜଧାନୀ ଦିଲ୍ଲୀଠାରୁ ମାତ୍ର ୨୦ କିମି ଦୂର। ଗୁରୁଗ୍ରାମରେ ବିଭିନ୍ନ ଅଞ୍ଚରେ ମଙ୍ଗଳବାର ରାତିରେ ଦୋକାନ ବଜାର ଜାଳି ଦିଆଯାଇଛି। ବ୍ୟାପକ ହିଂସା ହେବାପରେ ଗୁରୁଗ୍ରାମରେ ୧୪୪ ଜାରି ‌ହୋଇଛି। ଖୋଲାରେ ପେଟ୍ରୋଲ ଏବଂ ଡିଜେଲ୍‌ ବିକ୍ରି ଉପରେ କଟକଣା ଲାଗିଛି। ଲୋକମାନେ ଗୁଜବରେ ବିଶ୍ବାସ ନକରିବାପାଇଁ ପୁଲିସ କହିଛି। ଦିଲ୍ଲୀରେ ମଧ୍ୟ ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀରେ ପୁଲିସ ପାଟ୍ରୋଲିଂ ବୃଦ୍ଧି କରାଯାଇଛି ଏବଂ ଉଚ୍ଚ ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ଡ୍ରୋନ୍‌ ବ୍ୟବହାର କରି ସ୍ଥିତି ଯାଞ୍ଚ କରାଯାଉଛି। ନୁହ ଘଟଣାକୁ ବିରୋଧ କରି ଆଜି ଦକ୍ଷିଣ ପନ୍ଥୀ ଅନୁଷ୍ଠାନ ଦ୍ବାରା ଦିଲ୍ଲୀ ଏନ୍‌ସିଆରରେ ରାଲି କରିବାପାଇଁ ସ୍ଥିର କରିଛନ୍ତି। ବଜରଙ୍ଗ ଦଳ ସଦସ୍ୟମାନେ ମଧ୍ୟ ଦିଲ୍ଲୀର ନିର୍ମାଣ ବିହାର ମେଟ୍ରୋ ଷ୍ଟେସନ୍‌ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ହରିୟାଣାର ମୁସଲିମ ବହୁଳ ଅଞ୍ଚଳ ନୁହରେ ଗତ ସୋମବାର ଦିନ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ବ୍ରିଜ ମଣ୍ଡଳ ଜଳାଭିଷେ‌କ ଯାତ୍ରା ଚାଲିଥିବା ବେଳେ ହଠାତ୍‌ କିଛି ଯୁବକ ଆସି ଏହି ଶୋଭାଯାତ୍ରା ଉପରକୁ ପଥର ମାଡ଼ କରିଥିଲେ। ବିଜେପି ଜିଲ୍ଲା ସଭାପତି ଗାର୍ଗି କକ୍କରଙ୍କ ତତ୍ତ୍ବାବଧାନରେ ଗୁରୁଗ୍ରାମର ସିଭିଲ ଲାଇନ୍ସରୁ ଏହି ଧାର୍ମିକ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ତେବେ ନୁହର ଖେଡ଼ଲା ମୋଡ଼ ନିକଟରେ କିଛି ଯୁବ‌ଗୋଷ୍ଠୀ ଆସି ଶୋଭାଯାତ୍ରାକୁ ଅଟକାଇଥିଲେ ଏବଂ ପଥର ମାଡ଼ କରିଥିଲେ। ଏହାପରେ ଶୋଭାଯାତ୍ରାରେ ଥିବା ସଦସ୍ୟମାନେ ମଧ୍ୟ ଉକ୍ତ ଯୁବଗୋଷ୍ଠୀଙ୍କ ଉପରକୁ ପଥର ମାଡ଼ କରିଥିଲେ। ଫଳରେ ପ୍ରବଳ ହିଂସା ଉପୁଜିଥିଲା। ଉକ୍ତ ଖବର ପ୍ରସାରିତ ହେବାପରେ ଗୁରୁଗ୍ରାମ ଜିଲ୍ଲାର ସୋହ୍ନା ଅଞ୍ଚଳରେ ମଧ୍ୟ ହିଂସା ଉପୁଜିଛି। ବିଶୃଙ୍ଖଳ ଜନତା ଅନେକ ଗାଡ଼ି ଏବଂ ଘର ଜାଳି ଦେଇଛନ୍ତି।
ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ରାଜ୍ୟରେ ଉକ୍ତ ସାମ୍ପ୍ରଦାୟିକ ହିଂସା ପଛରେ ଷଡ଼ଯନ୍ତ୍ର ଥିବା କହିଛନ୍ତି। ଗୃହ ମନ୍ତ୍ରୀ କହିଛନ୍ତି, ଦୀର୍ଘ ବର୍ଷ ଧରି ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ଶାନ୍ତିପୂର୍ଣ୍ଣ ଭାବେ ରହି ଆସିଥିଲେ। କିନ୍ତୁ ଏବର ଏହି ହିଂସା ପଛରେ ବଡ଼ ଧରଣର ଷଡ଼ଯନ୍ତ୍ର ରହିଛି ବୋଲି ସେ କହିଛନ୍ତି।

Tags: