ଗୁପ୍ତଚର ସନ୍ଦେହରେ ବିହାରରୁ ୨ ଚୀନ୍ ନାଗରିକ ଗିରଫ
ପାଟନା: ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାରୁ ଦୁଇ ଜଣ ଚୀନ ନାଗରିକଙ୍କୁ ଗୁପ୍ତଚର ସନ୍ଦେହରେ ଗିରଫ ହୋଇଛନ୍ତି। ଭାରତ ନେପାଳ ସୀମା ପୂର୍ବ ଚମ୍ପାରଣ ଜିଲ୍ଲାର ରାକ୍ସାଉଲରୁ ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ଭାରତକୁ ବେଆଇନ ଭାବେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବାବେଳେ ଧରାପଡ଼ିଛନ୍ତି। ସେମାନଙ୍କ ପାଖରେ ବୈଧ କାଗଜପତ୍ର ନାହିଁ। ତେବେ ସେମାନଙ୍କର ଭାରତ ଆସିବା ପଛର ଉଦ୍ଦେଶ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସେମାନେ ଗୁଇନ୍ଦାଗିରି କରିବା ପାଇଁ ଭାରତ ଆସିଛନ୍ତି ବୋଲି […]
ପାଟନା: ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାରୁ ଦୁଇ ଜଣ ଚୀନ ନାଗରିକଙ୍କୁ ଗୁପ୍ତଚର ସନ୍ଦେହରେ ଗିରଫ ହୋଇଛନ୍ତି। ଭାରତ ନେପାଳ ସୀମା ପୂର୍ବ ଚମ୍ପାରଣ ଜିଲ୍ଲାର ରାକ୍ସାଉଲରୁ ସେମାନଙ୍କୁ ଗିରଫ କରାଯାଇଛି। ସେମାନେ ଭାରତକୁ ବେଆଇନ ଭାବେ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବାବେଳେ ଧରାପଡ଼ିଛନ୍ତି। ସେମାନଙ୍କ ପାଖରେ ବୈଧ କାଗଜପତ୍ର ନାହିଁ। ତେବେ ସେମାନଙ୍କର ଭାରତ ଆସିବା ପଛର ଉଦ୍ଦେଶ୍ୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସେମାନେ ଗୁଇନ୍ଦାଗିରି କରିବା ପାଇଁ ଭାରତ ଆସିଛନ୍ତି ବୋଲି ଆପ୍ରବାସନ କାର୍ଯ୍ୟାଳୟର ଅଧିକାରୀମାନେ ସନ୍ଦେହ କରୁଛନ୍ତି। ପୂର୍ବ ଚମ୍ପାରଣ ଜିଲ୍ଲାର ଏସ୍ପି କନ୍ତେଶ କୁମାର ମିଶ୍ର କହିଛନ୍ତି, ଚୀନର ନାଗରିକ ଦ୍ବୟ ହେଲେ ଝାଓ ଜିଙ୍ଗ୍ ଏବଂ ଫୁ କଙ୍ଗ। ସେମାନେ ପୂର୍ବ ଚୀନ ଅନ୍ତର୍ଗତ ଜିଆଙ୍ଗଜି ପ୍ରଦେଶର ବାସିନ୍ଦା। ବିନା କାଗଜପତ୍ରରେ ସେମାନେ ସୀମା ପାର ହୋଇ ଭାରତକୁ ଆସିବା ପାଇଁ ଉଦ୍ୟମ କରୁଥିବାବେଳେ ରାକ୍ସାଉଲ ସହରର ଭାରତୀୟ ସୀମା ଶୁଳ୍କ କାର୍ଯ୍ୟାଳୟ ନିକଟରୁ ଶନିବାର ରାତିରେ ଗିରଫ ହୋଇଛନ୍ତି। ସେମାନଙ୍କୁ ଜେରା କରାଯାଉଛି। ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଏହି ଦୁଇଜଣ ପ୍ରଥମ ଥର ପାଇଁ ଭାରତରେ ପ୍ରବେଶ ଉଦ୍ୟମ କରିନାହାନ୍ତି। ପୂର୍ବରୁ ଚଳିତମାସ ୨ ତାରିଖରେ ସେମାନେ ଭାରତକୁ ବେଆଇନ ପ୍ରବେଶ ଉଦ୍ୟମ କରିଥିଲେ।




