ଗୁଜରାଟ ହିନ୍ଦୁ ସାଧୁଙ୍କ ‘ଏବେ ନୂଆ ଧର୍ମର ଆବଶ୍ୟକତା ରହିଛି’ ଟିପ୍ପଣୀକୁ ନେଇ ବିବାଦ ଘନେଇଲା,
ଅହମଦାବାଦ : ଗୁଜରାଟର ଏକ ପ୍ରମୁଖ ହିନ୍ଦୁ ସମ୍ପ୍ରଦାୟ ସ୍ବାମୀନାରାୟଣ ବେଦତାଳ ସମ୍ପ୍ରଦାୟର ଜଣେ ସାଧୁ ‘ସନାତନ ଧର୍ମ’କୁ କଟାକ୍ଷ କରି ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଆଚାର୍ଯ୍ୟ ଦିନେଶ ପ୍ରସାଦ ସ୍ବାମୀ କହିଛନ୍ତି, ଆମକୁ ମନ୍ଦିରରୁ ଦେବଦେବୀଙ୍କ ମୂର୍ତ୍ତି ହଟାଇବାକୁ ପଡ଼ିବ। ଆମକୁ ଏକ ନୂଆ ଧର୍ମ ସୃଷ୍ଟି କରିବାକୁ ପଡ଼ିବ। ଅଗଷ୍ଟ ୨୮ ତାରିଖରେ ଏହି ଟିପ୍ପଣୀ ଦିଆଯାଇଛି ଏବଂ ଗୁଜରାଟରେ ସନାତନ ଧର୍ମ ଗୋଷ୍ଠୀ ଦ୍ବାରା ଏହାକୁ କଡ଼ା ନିନ୍ଦା କରାଯାଇଛି। ବିଜେପି […]
ଅହମଦାବାଦ : ଗୁଜରାଟର ଏକ ପ୍ରମୁଖ ହିନ୍ଦୁ ସମ୍ପ୍ରଦାୟ ସ୍ବାମୀନାରାୟଣ ବେଦତାଳ ସମ୍ପ୍ରଦାୟର ଜଣେ ସାଧୁ ‘ସନାତନ ଧର୍ମ’କୁ କଟାକ୍ଷ କରି ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଆଚାର୍ଯ୍ୟ ଦିନେଶ ପ୍ରସାଦ ସ୍ବାମୀ କହିଛନ୍ତି, ଆମକୁ ମନ୍ଦିରରୁ ଦେବଦେବୀଙ୍କ ମୂର୍ତ୍ତି ହଟାଇବାକୁ ପଡ଼ିବ। ଆମକୁ ଏକ ନୂଆ ଧର୍ମ ସୃଷ୍ଟି କରିବାକୁ ପଡ଼ିବ। ଅଗଷ୍ଟ ୨୮ ତାରିଖରେ ଏହି ଟିପ୍ପଣୀ ଦିଆଯାଇଛି ଏବଂ ଗୁଜରାଟରେ ସନାତନ ଧର୍ମ ଗୋଷ୍ଠୀ ଦ୍ବାରା ଏହାକୁ କଡ଼ା ନିନ୍ଦା କରାଯାଇଛି। ବିଜେପି ଉକ୍ତ ପ୍ରସଙ୍ଗରେ ନିରବ ରହିଛି। ସନାତନ ଧର୍ମକୁ ମାନୁଥିବା ହିନ୍ଦୁ ଧର୍ମ ଆଚାର୍ଯ୍ୟ ସଭା ସଦସ୍ୟମାନେ ଆଚାର୍ଯ୍ୟ ଦିନେଶ ପ୍ରସାଦଙ୍କର ଏହି ଟିପ୍ପଣୀରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସ୍ବାମୀନାରାୟଣ ସାଧୁ ଏବଂ ସନାତନ ଧର୍ମ ଗୋଷ୍ଡୀ ମଧ୍ୟରେ ସର୍ବଦା ବିବାଦ ଲାଗି ରହେ। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଗତ ସପ୍ତାହରେ ସ୍ବାମୀନାରାୟଣ ବେଦତାଲ ଏବଂ ବିଶ୍ବ ହିନ୍ଦୁ ପରିଷଦ ସଦସ୍ୟଙ୍କ ମଧ୍ୟରେ ଏକ ବୈଠକ କରିଥିଲେ।




