ଗୁଜରାଟ ବନ୍ୟାରେ ୨୮ ଜଣଙ୍କ ମୃତ୍ୟୁ

ଗାନ୍ଧୀନଗର : ଗୁଜରାଟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଏବଂ ବନ୍ୟା ଜନିତ କାରଣ ପାଇଁ ରାଜ୍ୟରେ ୪ ଦିନରେ ୨୮ ଜଣଙ୍କର ମୃତ୍ୟୁ ହେଲାଣି। ଆହୁାୀ ୩୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ଏଥିପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ବର୍ଷା ସ୍ଥିତିକୁ […]

Samaya Live Picture
Published On

ଗାନ୍ଧୀନଗର : ଗୁଜରାଟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଏବଂ ବନ୍ୟା ଜନିତ କାରଣ ପାଇଁ ରାଜ୍ୟରେ ୪ ଦିନରେ ୨୮ ଜଣଙ୍କର ମୃତ୍ୟୁ ହେଲାଣି। ଆହୁାୀ ୩୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟରେ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ଏଥିପାଇଁ ରେଡ୍‌ ଆଲର୍ଟ ଜାରି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ବର୍ଷା ସ୍ଥିତିକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି ଏବଂ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସଂକ୍ରାନ୍ତରେ ଜାଣିବାକୁ ଚାହିଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।
ଗୁଜରାଟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ବିବରଣୀ ଅନୁଯାୟୀ, ମୋର୍ବି, ବଡ଼ୋଦରା, ଖେଡା, ଭରୁଚ ଓ ଅହମଦାବାଦ ଜିଲ୍ଲାରେ ଲୋକଙ୍କର ମୃତ୍ୟୁ ହୋଇଛି। ବଡ଼ୋଦରା ସର୍ବାଧିକ ପ୍ରଭାବିତ ହୋଇଛି। କିଛି ଅଞ୍ଚଳରେ ୧୦ରୁ ୧୨ ଫୁଟ୍‌ ପାଣି ଜମି ରହିଛି। ବଡ଼ୋଦରା ଜିଲ୍ଲାରେ ବିଶ୍ୱାମିତ୍ରୀ ନଦୀ ବିପଦ ସଙ୍କେତ ୨୫ ଫୁଟ୍ ଅତିକ୍ରମ କରିବା ପରେ ତଳିଆ ଅଞ୍ଚଳରେ ରହୁଥିବା ୩ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Tags: