ଗୁଜରାଟ ଉପକୂଳ ନିକଟରେ ୪୦୦ କୋଟି ଟଙ୍କାର ଡ୍ରଗ୍ସ ସହିତ ୬ ପାକିସ୍ତାନୀ ନାଗରିକ ଗିରଫ
ନୂଆଦିଲ୍ଲୀ : ୬ ଜଣ ପାକିସ୍ତାନୀ ନାଗରିକ ଏକ ବୋଟରେ ୪୦୦ କୋଟି ଟଙ୍କାର ଡ୍ରଗ୍ସ ନେଉଥିବାବେଳେ ଧରା ପଡ଼ିଛନ୍ତି। ଗୁଜରାଟର ପୋରବନ୍ଦର ନିକଟରୁ ସେମାନେ ଗିରଫ ହୋଇଛନ୍ତି। ଏସଂକ୍ରାନ୍ତରେ ଆଗୁଆ ସୂଚନା ପାଇ ଏନସିବି (ନାର୍କୋଟିକ୍ଦ କଣ୍ଟ୍ରୋଲ ବ୍ୟୁରୋ) , ଭାରତୀୟ ତଟରକ୍ଷି ବାହିନୀ ଏବଂ ଗୁଜରାଟ ଏଟିଏସର ଅଧିକାରୀମାନେ ପାକିସ୍ତାନୀ ନାଗରିକଙ୍କୁ ଧରିଛନ୍ତି। ସେମାନେ ଗତରାତିରେ ଭାରତୀୟ ପରିସରକୁ ଚେଷ୍ଟା କରୁଥିବାବେଳେ ସେମାନଙ୍କୁ ଭାରତୀୟ ଅଧିକାରୀମାନେ ଧରିନେଇଛନ୍ତି। ଗୁଜରାଟ ଏଟିଏସ୍ ଅନୁଯାୟୀ ୬ ଜଣ […]
ନୂଆଦିଲ୍ଲୀ : ୬ ଜଣ ପାକିସ୍ତାନୀ ନାଗରିକ ଏକ ବୋଟରେ ୪୦୦ କୋଟି ଟଙ୍କାର ଡ୍ରଗ୍ସ ନେଉଥିବାବେଳେ ଧରା ପଡ଼ିଛନ୍ତି। ଗୁଜରାଟର ପୋରବନ୍ଦର ନିକଟରୁ ସେମାନେ ଗିରଫ ହୋଇଛନ୍ତି। ଏସଂକ୍ରାନ୍ତରେ ଆଗୁଆ ସୂଚନା ପାଇ ଏନସିବି (ନାର୍କୋଟିକ୍ଦ କଣ୍ଟ୍ରୋଲ ବ୍ୟୁରୋ) , ଭାରତୀୟ ତଟରକ୍ଷି ବାହିନୀ ଏବଂ ଗୁଜରାଟ ଏଟିଏସର ଅଧିକାରୀମାନେ ପାକିସ୍ତାନୀ ନାଗରିକଙ୍କୁ ଧରିଛନ୍ତି। ସେମାନେ ଗତରାତିରେ ଭାରତୀୟ ପରିସରକୁ ଚେଷ୍ଟା କରୁଥିବାବେଳେ ସେମାନଙ୍କୁ ଭାରତୀୟ ଅଧିକାରୀମାନେ ଧରିନେଇଛନ୍ତି। ଗୁଜରାଟ ଏଟିଏସ୍ ଅନୁଯାୟୀ ୬ ଜଣ ପାକିସ୍ତାନୀ ଭାରତୀୟ ପରିସରକୁ ଡ୍ରଗ୍ସ ଚାଲାଣ ପାଇଁ ଚେଷ୍ଟା କରୁଥିବାବେଳେ ଧରା ପଡ଼ିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏହି ଅପରେସନ ପାଇଁ ଏଟିଏସକୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଅଧିକାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ତେବେ ଗତ ୩୦ ଦିନ ମଧ୍ୟରେ ଏହା ଦ୍ବିତୀୟ ଥର ପାଇଁ ଗୁଜରାଟରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ହୋଇଛି। ଗତ ଫେବ୍ରୁଅରି ୨୮ ତାରିଖରେ ଏକ ବୋଟରୁ ୩,୩୦୦ କେଜି ଡ୍ରଗ୍ସ ଜବତ ହୋଇଥିଲା।




