ଗୁଜରାଟରେ ୪.୦ ତୀବ୍ରତାର ଭୂକମ୍ପ

ଅହମଦାବାଦ : ଗୁଜରାଟର କଚ୍ଛ ଜିଲ୍ଲାରେ ଆଜି ଭୂକମ୍ପ ହୋଇଛି। ରିଚର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛ ଜିଲ୍ଲାର ଭାଚାଉରେ। ଆଜି ଅପରାହ୍ନ ୪.୪୫ରେ ଭୂକମ୍ପ ହୋଇଥିଲା। ଭାଚାଉଠାରୁ ୨୧ କିମି ଉତ୍ତର, ଉତ୍ତରପଶ୍ଚିମରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା କଚ୍ଛ ଜିଲ୍ଲାପାଳ ଅମିତ ଆରୋରା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୦୧ରେ କଚ୍ଛ ଜିଲ୍ଲାରେ ଏକ ବିଶାଳ ଭୂକମ୍ପ ହୋଇ ପାଖାପାଖି ୧୩୦୦୦ ଲୋକଙ୍କ […]

Samaya Live Picture
Published On

ଅହମଦାବାଦ : ଗୁଜରାଟର କଚ୍ଛ ଜିଲ୍ଲାରେ ଆଜି ଭୂକମ୍ପ ହୋଇଛି। ରିଚର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛ ଜିଲ୍ଲାର ଭାଚାଉରେ। ଆଜି ଅପରାହ୍ନ ୪.୪୫ରେ ଭୂକମ୍ପ ହୋଇଥିଲା। ଭାଚାଉଠାରୁ ୨୧ କିମି ଉତ୍ତର, ଉତ୍ତରପଶ୍ଚିମରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା କଚ୍ଛ ଜିଲ୍ଲାପାଳ ଅମିତ ଆରୋରା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୦୧ରେ କଚ୍ଛ ଜିଲ୍ଲାରେ ଏକ ବିଶାଳ ଭୂକମ୍ପ ହୋଇ ପାଖାପାଖି ୧୩୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୧.୬୭ ଲକ୍ଷ ଲୋକ ଆହତ ହୋଇଥିଲେ।

Tags: